ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା କାଲିଠାରୁ ଆରମ୍ଭ ହେବ ସ୍ପେଶାଲ ଓଜେଇଇ ପରୀକ୍ଷା । ଓଜେଇଇ ପକ୍ଷରୁ ପରୀକ୍ଷା ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି। ୨୮ ସହରରେ ହୋଇଛି ୩୮ଟି ପରୀକ୍ଷା କେନ୍ଦ୍ର । ପରୀକ୍ଷା ପାଇଁ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସେପ୍ଟେମ୍ବର ୩, ୪ ଓ ୭ତାରିଖରେ ହେବ ପରୀକ୍ଷା । ଦୈନିକ ୪ଟି ସିଫ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । କମ୍ପୁଟର ବେସଡ ଟେଷ୍ଟ ମାଧ୍ୟମରେ ହେବ ପରୀକ୍ଷା । ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଏବଂ ପାଟନାରେ ହୋଇଛି ପରୀକ୍ଷା କେନ୍ଦ୍ର । ବିଟେକ୍, ବିଫାର୍ମା, ଏମବିଏ, ଲାଟେରାଲ ଏଣ୍ଟ୍ରି ଟୁ ବିଟେକ୍, ଏମସିଏ, ଏମ୍ଟେକ୍, ଆର୍କିଟେକ୍, ଏମ୍ ଫାର୍ମା ପାଠ୍ୟକ୍ରମରେ ନାମ ଲେଖା ପାଇଁ ହେବ ପରୀକ୍ଷା । ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ଏନେଇ ସୂଚନା ଦେଇଛନ୍ତି ।






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……