ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରିଟେନ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମର ତାଙ୍କ ପଦରୁ ଇସ୍ତଫା ଦେବାକୁ ଯୋଜନା କରୁଛନ୍ତି। ନିଜର ଯୋଜନା ସମ୍ପର୍କରେ ଷ୍ଟାର୍ମର ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଜଣାଇଛନ୍ତି। ଶାସକ ଲେବର ପାର୍ଟି ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଦଳର ବରିଷ୍ଠ ନେତାମାନଙ୍କ ପକ୍ଷରୁ ତାଙ୍କ ଉପରେ ଚାପ ପଡୁଛି; କିନ୍ତୁ ସେ ନିଜ ସର୍ତ୍ତ ଏବଂ ଏକ ସମ୍ମାନଜନକ ଢଙ୍ଗରେ ଏହି ପଦ ଛାଡିବାକୁ ଚାହୁଁଛନ୍ତି।ଷ୍ଟାର୍ମର ସରକାରରେ ଚାଲିଥିବା ଅସ୍ଥିରତାକୁ ଆଉ ଅଧିକ ସମୟ ଟାଳିବାକୁ ଚାହୁଁନାହାନ୍ତି ଏବଂ ଖୁବ୍ଶୀଘ୍ର ନୂଆ ନେତୃତ୍ୱ ମନୋନୟନ ପାଇଁ ଏକ ସମୟସୀମା ଘୋଷଣା କରିପାରନ୍ତି। ନିକଟରେ ବ୍ରିଟେନରେ ଅନୁଷ୍ଠିତ ଆଞ୍ଚଳିକ ନିର୍ବାଚନରେ ଶାସକ ଲେବର ପାର୍ଟିର ଶୋଚନୀୟ ପରାଜୟ ହୋଇଛି। ଦଳ ପ୍ରାୟ ୧୦୦୦ରୁ ଅଧିକ କାଉନସିଲ୍ ଆସନ ହରାଇଛି ଏବଂ ସେମାନଙ୍କ ଗଡ଼ କୁହାଯାଉଥିବା ୱେଲ୍ସ ଉପରୁ ମଧ୍ୟ ନିୟନ୍ତ୍ରଣ ହ୍ରାସ ପାଇଛି। ଏପରି ପରାଜୟ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ୱେସ ଷ୍ଟ୍ରିଟିଙ୍ଗଙ୍କ ସମେତ କ୍ୟାବିନେଟର କେତେକ ପ୍ରମୁଖ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ…..