ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ୨୦୨୦/ ୨୦୨୧/ ୨୦୨୨ ବର୍ଷ ପାଇଁ ୩୩ ଗୋଟି ବର୍ଗରେ ଏହି ସମ୍ମାନ ପ୍ରଦାନ ହେବ। କୋଭିଡ ଯୋଗୁଁ ପୁରସ୍କାର ଘୋଷଣା ଅଟକିଥିଲା । ଏଥିସହ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାରର ନାମ ବଦଳିଛି। ଜୟଦେବ ପୁରସ୍କାର ନାମ ବଦଳରେ ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର ହୋଇଛି। ଚଳଚ୍ଚିତ୍ର ଜଗତରେ ଜୀବନ ବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ମୋହନ ସୁନ୍ଦରଦେବ ଗୋସ୍ୱାମୀ ସମ୍ମାନ ନିମନ୍ତେ ୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ପୂର୍ବରୁ ଏହି ପୁରସ୍କାର ଜୟଦେବଙ୍କ ନାମରେ ପ୍ରଦାନ କରାଯାଉଥିଲା । ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ପାଇବେ ୨୦୨୦ ପାଇଁ ଜୀବନ ବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ମୋହନ ସୁନ୍ଦରଦେବ ଗୋସ୍ୱାମୀ ସମ୍ମାନ। ସେହିପରି ୨୦୨୧ ବର୍ଷ ପାଇଁ ସର୍ବୋଚ୍ଚ ପୁରସ୍କାର ଶ୍ରୀନିବାସ ମହାପାତ୍ରଙ୍କୁ ପ୍ରଦାନ କରାଯିବ। ୨୦୨୨ ବର୍ଷ ପାଇଁ ସର୍ବୋଚ୍ଚ ପୁରସ୍କାର ବିଶିଷ୍ଟ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ପ୍ରଦାନ କରାଯିବ। ୨୦୨୦ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର- ଶହୀଦ ରଘୁ ସର୍ଦ୍ଦାର, ଶ୍ରେଷ୍ଠ ନିର୍ଦ୍ଦେଶକ – ରାଜେସ ସାମଲ, ଶ୍ରେଷ୍ଠ ମୁଖ୍ୟ ଅଭିନେତା- ଦେବାଶିଷ ପାତ୍ର, ଆମ୍ଳାନ ଦାସ । ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ- କାବ୍ୟା କିରଣ ଶୁକ୍ଲା। ୨୦୨୧ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର- ପ୍ରତୀକ୍ଷା,ଶ୍ରେଷ୍ଠ ନିର୍ଦ୍ଦେଶକ- ସୁରେଶ ପଟ୍ଟନାୟକ, ଶ୍ରେଷ୍ଠ ମୁଖ୍ୟ ଅଭିନେତା- ଅଙ୍କିତ କୁମାର, ଦ୍ବୀପନ୍ବିତ ଦାଶମହାପାତ୍ର, ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ- ସୂର୍ଯ୍ୟମୟୀ ମହାପାତ୍ର । ସେହିପରି ୨୦୨୨ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର- ‘ଦମନ ‘, ଶ୍ରେଷ୍ଠ ନିର୍ଦ୍ଦେଶକ- ସୁଧାଂଶୁ ମୋହନ ସାହୁ, ଶ୍ରେଷ୍ଠ ଅଭିନେତା- ବାବୁସାନ ମହାନ୍ତି, ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ- ଲୋପାମୁଦ୍ରା ମିଶ୍ର ହୋଇଛନ୍ତି।
More Stories
୨୫ ରେ ମିଳିବ ‘ସୁଭଦ୍ରା’ ଟଙ୍କା…..
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ,ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ….
ପରାକ୍ରମ ଦେଖାଇଲା ନୌବାହିନୀ…..