ରିପୋର୍ଟ କାର୍ଡ / ଭୁବନେଶ୍ଵର
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ନୂଆ ହିତାଧିକାରୀଙ୍କ ପାଇଁ ଏହି ଘୋଷଣା କରିଛନ୍ତି ଶ୍ରୀମତି ପରିଡ଼ା । ଘୋଷଣା ଅନୁସାରେ ନୂଆ ହିତାଧିକାରୀଙ୍କୁ ମାର୍ଚ୍ଚ ୮ ମହିଳା ଦିବସରେ ସୁଭଦ୍ରା ଟଙ୍କା ମିଳିବ । ଏଥିପାଇଁ ଆଜିଠୁ ଆବେଦନ କରିପାରିବେ ନୂଆ ହିତାଧିକାରୀ । ଆଜିଠୁ ମାସେ ପର୍ଯ୍ୟନ୍ତ ସୁଭଦ୍ରା ପୋର୍ଟାଲରେ ଆବେଦନ କରି ପାରିବେ । ୨୧ବର୍ଷ ହୋଇିଥିବା ଯୁବତୀ ଏବଂ ପୂର୍ବରୁ ଯେଉଁମାନ ବାଦ ପଡିଥିଲେ ସେମାନେ ମଧ୍ୟ ଆବେଦନ କରିପାରିବେ । ନୂଆ ଆବେଦନକାରୀଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଏକାଥରେ ଦୁଇଟି କିସ୍ତି ଟଙ୍କା ପାଇବେ ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..