Report Card Odisha

| Daily Odia News

ଇସ୍ତଫା ଦେଲେ ସୁବ୍ରତ ବାଗ୍‌ଚୀ, ଅଳକା ଅରୋରା ମିଶ୍ର ହେଲେ ନୂଆ ମୁଖ୍ୟ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍‌ଚୀ ଇସ୍ତଫା ଦେଇଛନ୍ତି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଶ୍ରୀ ବାଗ୍‌ଚୀ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ସେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡୁଛନ୍ତି ବୋଲି ଟ୍ବିଟରେ ଲେଖିଛନ୍ତି। ତାଙ୍କୁ ବିଶ୍ୱାସକୁ ନେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ବାଗଚୀ ନିଜର ୭୫୦ ବେଡ୍ ବିଶିଷ୍ଟ କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରରେ ଫୁଲଟାଇମ୍ ଦେବା ନିମନ୍ତେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଶ୍ରୀ ବାଗଚୀ ଏହି ପଦରୁ ଗତକାଲି ଇସ୍ତଫା ଦେଇଥିବାବେଳେ ତାଙ୍କ ସ୍ଥାନରେ ରାଜ୍ୟ ସରକାର ପୂର୍ବତନ ଆଇଆରପିଏସ୍ ଅଫିସର ଅଳକା ଅରୋରା ମିଶ୍ରଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀମତୀ ମିଶ୍ର ଏବେ ୱାଲର୍ଡ ସ୍କିଲ ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ କାର୍ଯ୍ୟ କରୁଛନ୍ତି।

Breaking News