ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁଦାନ ସେନା ସହିତ ଏକ ସମାନ୍ତରାଳ ବିଦ୍ରୋହୀ ଗୋଷ୍ଠୀ ରାପିଡ୍ ସପୋର୍ଟ ଫୋର୍ସର ସଂଘର୍ଷ ଫଳରେ ୨୫ ଜଣ ପ୍ରାଣ ହରାଇଥିବା ବେଳେ ୧୮୩ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜଧାନୀ ଖାର୍ତୁମ ନିକଟରେ ଘଟିଥିବା ଏହି ସଂଘର୍ଷରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ସୁଦାନ ସେନା ଓ ରାପିଡ୍ ସପୋର୍ଟ ଫୋର୍ସ ମଧ୍ୟରେ ଘଟିଥିବା ସଂଘର୍ଷକୁ ନିନ୍ଦା କରିଛନ୍ତି। ତୁରନ୍ତ ସଂଘର୍ଷ ବନ୍ଦ କରି ଶାନ୍ତି ଫେରାଇ ଆଣିବାକୁ ଏବଂ ଉପୁଜିଥିବା ସଙ୍କଟର ସମାଧାନ ପାଇଁ ଆଲୋଚନା କରିବାକୁ ଉଭୟ ପକ୍ଷର ନେତାଙ୍କୁ ଆହ୍ୱାନ ଦେଇଛନ୍ତି। ଇତି ମଧ୍ୟରେ ଭାରତୀୟ ଦୂତାବାସ ସୁଦାନ ଯାତ୍ରା ସ୍ଥଗିତ ରଖିବାକୁ ଭାରତୀୟମାନଙ୍କୁ ନିବେଦନ କରିଛି।






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..