ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ସୁଦର୍ଶନ ଜେନା ଆତ୍ମସମର୍ପଣ କରିଛନ୍ତି। ଘଟଣା ପରଠାରୁ ସୁଦର୍ଶନ ଫେରାର ଥିଲେ। ଗୁରୁବାର ପୋଲିସ ନିକଟରେ ସେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ପୀତବାସ ହତ୍ୟା ମାମଲାରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣଙ୍କୁ ପୋଲିସ ପୂର୍ବରୁ ଗିରଫ କରିଥିଲା। ଏହା ପରେ ପୋଲିସ ଆଉ ଜଣେ ଅଭିଯୁକ୍ତକୁ କୋରାପୁଟରୁ ଉଠାଇ ଆଣିଥିଲା। ତା’ର ହେଉଛି ସୁନୀଲ ହୋତା। ସୁନୀଲର ଜୟପୁରରେ ଏକ ଫାର୍ମହାଉସ ରହିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଉମା ବିଶୋୟୀ ଏବଂ ପୀତବାସଙ୍କୁ ଗୁଳି କରିଥିବା ଅଭିଯୁକ୍ତ କୁରୁପତି ଭୂୟାଁ ସୁନୀଲର ଫାର୍ମ ହାଉସରେ ୪ ଦିନ ରହିଥିଲେ।






More Stories
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ଆସୁଛି ଲଘୁଚାପ…..