Report Card Odisha

| Daily Odia News

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ ଚୂଡ଼ାନ୍ତ ପର୍ଯ୍ୟାୟ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

​ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଶାସକ କଞ୍ଜରଭେଟିଭ୍ ପାର୍ଟିରେ ଚାଲିଥିବା ପ୍ରତିଯୋଗିତା​‌ର ଚୂଡାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ନେତା ଋଷି ସନକ। ଚୂଡାନ୍ତ ପର୍ଯ୍ୟାୟରେ ସନକଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିବେ ବୈଦେଶିକ ସଚିବ ଲିଜ୍ ଟ୍ରସ୍ । ବୁଧବାର ହୋଇଥିବା ପଞ୍ଚମ ପର୍ଯ୍ୟାୟ ଭୋଟରେ ସନକ ୧୩୭ଟି ଭୋଟ ପାଇଥିବାବେଳେ ଲିଜ୍ ୧୧୩ଟି ଭୋଟ ପାଇଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ସନକ ଶାସକ ଦଳ ସାଂସଦଙ୍କ ଭୋଟ ପାଇବାରେ ସଫଳ ହୋଇଛନ୍ତି। ଆଜିର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ କନିଷ୍ଠ ବାଣିଜ୍ୟ ମନ୍ତ୍ରୀ ପେନ୍ନି ମୋର୍ଡାଉଣ୍ଟ ବାଦ ପଡିଥିଲେ। ଚୂଡାନ୍ତ ପର୍ଯ୍ୟାୟ ଭୋଟରେ କଞ୍ଜରଭେଟିଭ୍ ପାର୍ଟିର ଦେଶବ୍ୟାପୀ ଥିବା ପ୍ରାୟ ୨ଲକ୍ଷ ସଦସ୍ୟ ଭୋଟ ଦେଇ ନେତା ନିର୍ବାଚନ କରିବେ। ନିର୍ବାଚିତ ନେତା ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ସେପ୍ଟେମ୍ବର ୫ରେ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବେ। ଦୁର୍ନୀତି ଅଭିଯୋଗକୁ ନେଇ ଜୁଲାଇ ୭ରେ ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Breaking News