ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିବା ପାଇଁ ସୁନିତା ଓ୍ବିଲିୟମ୍ସଙ୍କୁ ୨୦୨୫ ଫେବୃଆରୀ ହୋଇଯିବ। ସାଥୀ ମହାକାଶଚାରୀ ବୁଚ୍ ଓ୍ବିଲମୋରଙ୍କ ସହ ସେ ଆହୁରି ପ୍ରାୟ ୮୦ ଦିନ ମହାକାଶରେ ବିତାଇବା ପରେ ବୋଙ୍ଗର ଷ୍ଟାରଲାଇନର ସ୍ପେସକ୍ରାଫ୍ଟ କିମ୍ବା ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ୟାପସୁଲ୍ ମାଧ୍ୟମରେ ହିଁ ଫେରିବେ ବୋଲି ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ସୂଚନା ମିଳିଛି। ଶନିବାର ନାସା ପକ୍ଷରୁ ଦୁଇ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନ ଓ ସେମାନଙ୍କ ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ପୂର୍ବରୁ ବିଶେଷଜ୍ଞମାନେ ଏ ସମ୍ପର୍କରେ ଆଲୋଚନା କରିଥିଲେ ମଧ୍ୟ ଶନିବାରକୁ ନିଷ୍ପତି ଅଟକିଥିଲା। ତେବେ ନାସା ପକ୍ଷରୁ ସୁନିତା ଓ ଓ୍ବିଲମୋରଙ୍କ ସ୍ଵାସ୍ଥ୍ୟ ପ୍ରତି ବିପଦ ରହିଥିବା ନେଇ ଚିନ୍ତା ପ୍ରକଟ କରାଯାଇଛି। ସେମାନଙ୍କୁ ସୁସ୍ଥ ରଖିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଥିବା ବିଜ୍ଞପ୍ତିରେ କୁହାଯାଇଛି। ତେବେ ଗତ ଜୁନ୍ ମାସରୁ ସେମାନେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଅବସ୍ଥାନ କରୁଛନ୍ତି।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..