ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଭଙ୍ଗା ହେବ ସୁପରଟେକ୍ ଟ୍ବିନ୍ ଟାୱାର | ଅପରାହ୍ଣ ୨.୩୦ ମିିନିଟ୍ରେ ଭଙ୍ଗାଯିବ। ଏଥିନିମନ୍ତେ ଏଡିଫାଇସ ଇଞ୍ଜିନିୟରିଂ ସଂସ୍ଥା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମାତ୍ର ୯ ସେକେଣ୍ଡ ମଧ୍ୟରେ ଟ୍ବିନ୍ ଟାୱାରଟି ଭୁଶୁଡ଼ି ପଡ଼ିବ ବୋଲି ଇଞ୍ଜିନିୟରିଂ ସଂସ୍ଥା ତରଫରୁ ସୂଚନା ଦିଆଯାଇଛି । ଟ୍ବିନ୍ ଟାୱାରକୁ ଧରାଶାୟୀ କରିବାକୁ ୩ହଜାର ୭୦୦ କେଜି ବିସ୍ଫୋରକ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି । ଟ୍ବିଟ୍ ଟାୱାରରେ ୯୪୦୦ଟି ଗାତ ଖୋଳାଯାଇ ସେଥିରେ ବିସ୍ଫୋରକ ଖଞ୍ଜା ଯାଇଛି। ଟାୱାର ଭାଙ୍ଗିବା ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି । ଟ୍ବିନ୍ ଟାୱାରକୁ ଭଙ୍ଗା ଯିବା ବେଳେ ପ୍ରବଳ ଧୂଳି ଉଠିବ । ଏହାକୁ ଦୃଷ୍ଟିରେ ରଖି ଇଞ୍ଜିନିୟରିଂ ସଂସ୍ଥା ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟ୍ବିଟ୍ ଟାୱାର ଭଙ୍ଗା ଯିବା ପୂର୍ବରୁ ନିକଟରେ ଥିବା ରାସ୍ତାକୁ ସିଲ୍ କରି ଦିଆଯାଇଛି । ନିୟମ ଉଲ୍ଲଂଘନ ହେବା ପରେ ସୁପ୍ରିମକୋର୍ଟ ଏହି ଟ୍ୱିନ୍ ଟାୱାର୍କୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।






More Stories
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..