ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମ୍ କୋର୍ଟ ପାଇଁ ନବ ନିଯୁକ୍ତ ୫ଜଣ ବିଚାରପତିଙ୍କୁ ଆଜି ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଶପଥ ପାଠ କରାଇଛନ୍ତି । ଜଷ୍ଟିସ୍ ପଙ୍କଜ ମିଥଲ୍, ଜଷ୍ଟିସ୍ ସଞ୍ଜୟ କରୋଲ୍, ଜଷ୍ଟିସ୍ ପି. ଭି. ସଞ୍ଜୟ କୁମାର, ଜଷ୍ଟିସ୍ ଅସାନୁଦ୍ଦୀନ ଅମନୁଲ୍ଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ର ଶପଥ ଗ୍ରହଣ କରିଛନ୍ତି । ଦୁଇ ଦିନ ପୂର୍ବେ କେନ୍ଦ୍ର ସରକାର ସେମାନଙ୍କୁ ନିଯୁକ୍ତି ଦେଇଥିଲେ। ତା’ପୂର୍ବରୁ ଗତବର୍ଷ ଡିସେମ୍ବର ମାସରେ ସୁପ୍ରିମ୍କୋର୍ଟର କଲିଜିୟମ୍ ଏହି ବିଚାରପତିମାନଙ୍କ ନାମ ସୁପାରିସ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ । ଏହି ଶପଥ ଗ୍ରହଣ ସମାରୋହରେ ସୁପ୍ରିମ୍ କୋର୍ଟର ଅନ୍ୟ ବିଚାରପତି, ଓକିଲ ଏବଂ ନୂଆ ବିଚାରପତିମାନଙ୍କ ପରିବାରବର୍ଗ ଯୋଗ ଦେଇଥିଲେ । ୫ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିବା ପରେ ସୁପ୍ରିମ୍ କୋର୍ଟର ବିଚାରପତି ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ସୁପ୍ରିମ୍ କୋର୍ଟରେ ସମୁଦାୟ ୩୪ଜଣ ବିଚାରପତି ରହିବା କଥା। କିନ୍ତୁ, ଚଳିତ ବର୍ଷ ୯ଜଣ ବିଚାରପତି ଅବସର ଗ୍ରହଣ କରିବାରୁ ବିଚାରପତି ପଦବୀ ଖାଲି ପଡ଼ିଥିଲା।






More Stories
ବଢ଼ିଲା ଧାନର MSP…..
ବିମାନ ଉଡ଼ାଣରେ ଲାଗିଲା କଟକଣା…..
ପୁଣି ମହଙ୍ଗାମାଡ:ବଢିଲା ଅମୂଲ କ୍ଷୀର ଦାମ୍……