ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି ଦୁଇ ଦିନ ବନ୍ଦ ରହିବ ହରିୟାଣା ନୁହରେ ଇଣ୍ଟରନେଟ୍ ସେବା। ଆଜିଠାରୁ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ ଏବଂ ଏସଏମଏସ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ବିଶ୍ୱ ହୁନ୍ଦୁ ପରିଷଦ ବ୍ରିଜ ମଣ୍ଡଳ ଜଳ ଅଭିଷେକ ଯାତ୍ରା କାରଣରୁ ଏହି ସେବା ବନ୍ଦ ରହିବ। ଜଳାଭିଷେକ ଯାତ୍ରା ପାଇଁ ଅଗଷ୍ଟ 13ରେ ପ୍ରଶାସନକୁ ଜଣାଇଥିଲା ବିଶ୍ୱ ହିନ୍ଦୁ ପରିଷଦ। କିନ୍ତୁ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହାକୁ ମନା କରି ଦେଇଥିଲା ପ୍ରଶାସନ। ପରେ ଜିଲ୍ଲା ଡେପୁଟି କମିଶନର ରାଜ୍ୟ ଗୃହ ବିଭାଗକୁ ଚିଠି ଲେଖି ଏନେଇ ଅନୁମତି ଦେଇଥିଲେ। କିନ୍ତୁ କିଛି କଟକଣା ରଖିଛନ୍ତି ଡେପୁଟି କମିଶନର। ଅଗଷ୍ଟ 26 ରୁ 28 ପର୍ଯ୍ୟନ୍ତ ଇଣ୍ଟରନେଟ ଓ ଏସଏମଏସ ସେବା ବନ୍ଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..