ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତକୁ ଏକତ୍ର କରିବା ଉଦ୍ଦେଶ୍ୟ ରାହୁଲ୍ ଗାନ୍ଧୀଙ୍କ ନେତୃତ୍ବାଧୀନ ‘ଭାରତ ଯୋଡ଼ୋ ଯାତ୍ରା’ ୮୩ ଦିନରେ | ଉଜ୍ଜୟିନୀରେ ଥିବା ସମୟରେ ବଲିଉଡ୍ ଅଭିନେତ୍ରୀ ସ୍ବରା ଭାସ୍କର ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍ ଯୋଗ ଦେଇଛନ୍ତି । ମଧ୍ୟପ୍ରଦେଶର ଉଜ୍ଜୟିନୀ ମଧ୍ୟ ଦେଇ ଅତିକ୍ରମ କରିବ। ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେବା ପାଇଁ ଅଭିନେତ୍ରୀ ସ୍ବରା ବୁଧବାର ଦିନ ଇନ୍ଦୋରରେ ପହଞ୍ଚିଥିଲେ। ଆଜି ସକାଳେ ଯାତ୍ରା ଆରମ୍ଭ ହେବା ପରେ ସେ ରାହୁଲ୍ ଗାନ୍ଧୀଙ୍କ ସହିତ ମିଶି କିଛି ବାଟ ଚାଲିଥିଲେ। ‘ବିଜେପି’ ବିରୋଧୀ ମନ୍ତବ୍ୟ ପାଇଁ ସୁପରିଚିତ ସ୍ବରା ଭାସ୍କର ପ୍ରାରମ୍ଭରୁ ହିଁ ଏହି ଯାତ୍ରାକୁ ସମର୍ଥନ କରିବା ସହିତ ନିର୍ବାଚନରେ ପରାସ୍ତ, ସମାଲୋଚିତ ଓ ବ୍ୟକ୍ତିଗତ ଭାବେ ନିନ୍ଦିତ ହେବା ସତ୍ତ୍ବେ ରାହୁଲ୍ ଗାନ୍ଧୀଙ୍କ ଉଦ୍ୟମକୁ ପ୍ରଶଂସା କରନ୍ତି।






More Stories
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……