ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଶିଷ୍ଟ ସଂଗୀତଜ୍ଞ ସ୍ୱରୂପ ନାୟକଙ୍କର ହେବ ଶେଷକୃତ୍ୟ । ଏନେଇ ମୁଖ୍ୟମନ୍ତ୍ରୀ ସ୍ୱରାଷ୍ଟ୍ର ବିଭାଗକୁ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱରୂପ ନାୟକଙ୍କ ମରଶରୀର କଟକ ସ୍ଥିତ ବାସଭବନରେ ରଖାଯାଇଛି। ସେଠାରେ ବହୁ ବିଶିଷ୍ଟ କଳାକାରଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି। ଦୀର୍ଘଦିନ ଧରି ଫୁସଫୁସ୍ କ୍ୟାନସରରେ ପୀଡ଼ିତ ଥିଲେ ଓଡ଼ିଆ ସଂଗୀତ ଜଗତର ଏହି ଅନ୍ୟତମ ବେତାଜ ବାଦଶାହା। ପ୍ରାୟ ୪୦ରୁ ଅଧିକ ସିନେମା ପାଇଁ ସଂଗୀତ ନିର୍ଦ୍ଦେଶନା ଦେବା ସହ ଗୀତ ରଚନା, ଫିଲ୍ମରେ ଅଭିନୟ କରି ଓଲିଉଡକୁ ସମୃଦ୍ଧ କରିଥିଲେ ସ୍ବରୂପ ନାୟକ। ଜୀବନ ବ୍ୟାପି ସାଧନା ପାଇଁ ତରଙ୍ଗ ପକ୍ଷରୁ ସ୍ୱରୂପ ଦା’ଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ଦିଆଯାଇଛି।






More Stories
ବଢ଼ିଲା ବସ ଭଡା…..
ଗୋଟିଏ ଅଫିସରେ ରହିପାରିବେନି ୩ ବର୍ଷରୁ ଅଧିକ…..
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..