Report Card Odisha

| Daily Odia News

ବୁର୍ଖା ପିନ୍ଧିବା ଉପରେ କଟକଣା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସ୍ବିଜରଲାଣ୍ଡରେ ବୁର୍ଖା ପିନ୍ଧିବା ନେଇ କଟକଣା ଲଗାଯିବାକୁ ହୋଇଥିଲା ଜନମତ ସଂଗ୍ରହ |  ଏଥିରେ  ୫୧ ପ୍ରତିଶତ ସହମତି ମିଳିଛି। ସର୍ବସାଧାରଣ ସ୍ଥଳରେ ବୁର୍ଖା ପିନ୍ଧିବା କିମ୍ବା ମୁହଁକୁ ଢାଙ୍କିବା ବିରୋଧରେ ରବିବାର ଜନମତ ସଂଗ୍ରହ ହୋଇଥିଲା। ଜନମତ ଆଧାରରେ ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣା ପଡିଛି। କିଛି ଦିନ ତଳେ ଫ୍ରାନ୍ସ୍‌ରେ ବୁର୍ଖା ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା। ପୂର୍ବରୁ ବେଲଜିୟମ୍‌ ଏବଂ ଅଷ୍ଟ୍ରିଆରେ ମଧ୍ୟ ବୁର୍ଖା ଉପରେ କଟକଣା ଜାରି ହୋଇସାରିଛି। ସ୍ବିଜରଲାଣ୍ଡରେ ହୋଇଥିବା ଜନମତରେ ୫୦.୮ ପ୍ରତିଶତ ଲୋକ ଅଂଶଗ୍ରହଣ କରିଥିଲେ ଏଥିରେ ୧,୪୨୬,୯୯୨ ଜଣ ବୁର୍ଖା ଉପରେ କଟକଣା ଲଗାଯିବା ସପକ୍ଷରେ ମତ ଦେଇଥିଲେ। ଅପରପକ୍ଷରେ ୧,୩୫୯,୬୨୧ ଜଣ ଏହାର ବିରୋଧରେ ମତାମତ ଦେଇଥିଲେ।

Breaking News