ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ପକ୍ଷରୁ ଚୀନ୍ ସାମଗ୍ରୀ ଉପରେ ୧୪୫% ଶୁଳ୍କ ଲଗାଇବା ପରେ ଏବେ ଚୀନ୍ ପାଲଟା ଜବାବ ଦେଇଛି। ଶୁକ୍ରବାର ଆମେରିକାରୁ ଆମଦାନୀ ଉପରେ ଅତିରିକ୍ତ ଶୁଳ୍କ ବଢାଇ ୧୨୫ ପ୍ରତିଶତ କରିଛି ଚୀନ୍। ଚୀନର ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଯେ, ଚୀନ ଆମଦାନୀ ହେଉଥିବା ଆମେରିକୀୟ ଉତ୍ପାଦ ଉପରେ ଅତିରିକ୍ତ ଶୁଳ୍କ ୧୨୫ ପ୍ରତିଶତକୁ ବୃଦ୍ଧି କରିଛି। ଏହା ପୂର୍ବରୁ ଆମେରିକୀୟ ଉତ୍ପାଦ ଉପରେ ୮୪ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲା ଚୀନ୍। ବାଣିଜ୍ୟ ମନ୍ତ୍ରଣାଳୟ ଆହୁରି କହିଛି ଯେ, ଆମେରିକା ଶୁଳ୍କ ବୃଦ୍ଧି କରିବା ପରେ ଚୀନ୍ ବିଶ୍ୱ ବାଣିଜ୍ୟ ସଂଗଠନରେ ଏକ ମାମଲା ମଧ୍ୟ ଦାୟର କରିଛି। ଅନ୍ୟପକ୍ଷରେ ଆମେରିକାର ନୂତନ ବିଜ୍ଞପ୍ତି ଅନୁଯାୟୀ, ଚୀନ୍ ଉପରେ ମୋଟ ବାଣିଜ୍ୟ ଶୁଳ୍କ ୧୪୫ ପ୍ରତିଶତ ରହିଛି।ଏହା ପୂର୍ବରୁ ଚୀନ୍ ପାଲଟା ଜବାବରେ ୮୪ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା ଏବଂ କିଛି ଆମେରିକୀୟ ଚଳଚ୍ଚିତ୍ର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା ତଥା ସମସ୍ୟାର ସମାଧାନ ପାଇଁ ୱାଶିଂଟନ ସହିତ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଥିଲା। ଚୀନ୍ ହେଉଛି ଏକମାତ୍ର ଦେଶ, ଯିଏ ଟ୍ରମ୍ପଙ୍କ ଶୁଳ୍କ ବିରୋଧରେ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..