ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁମ୍ବାଇ ଜୋନ ନାରକୋଟିକସ୍ କଣ୍ଟ୍ରୋଲ ବ୍ୟୁରୋ ଙ୍କ ପୂର୍ବ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ନବୀ ମୁମ୍ବାଇରେ ଥିବା ଏକ ହୋଟେଲ ଓ ବାରକୁ ଦିଆଯାଇଥିବା ଲାଇସେନ୍ସ ରଦ୍ଦ କରାଯାଇଛି । ଅବକାରୀ ବିଭାଗ ଏବେ ବାର ସିଲ କରି ସାମାନ ଜବତ କରିବାକୁ ପଦକ୍ଷେପ ନେଇଛି। ଠାଣେ ଜିଲ୍ଲାଧିକାରୀ ରାଜେଶ ନାର୍ଭେକର ମଙ୍ଗଳବାର ଏକ ଆଦେଶରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଆଧାରରେ ବାର ନିମନ୍ତେ ଲାଇସେନ୍ସ ହାସଲ କରାଯାଇଥିବାରୁ ଏହାକୁ ବାତିଲ କରାଯାଇଥିବା କହିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲ୍ଲିକ ଗତବର୍ଷ ନଭେମ୍ବର ମାସରେ ନବୀ ମୁମ୍ବାଇସ୍ଥିତ ବାସୀରେ ୱାଙ୍ଖଡେଙ୍କ ଏକ ପରିମିଟ ରୁମ ଓ ବାର ଥିବାର କହିଥିଲେ। ଏଥିଲାଗି ୧୯୯୭ ମସିହାରେ ଲାଇସେନ୍ସ ନିଆଯାଇଥିଲା ଯେତେବେଳେ ସମୀର ୱାଙ୍ଖଡେ ନାବାଳକ ଥିଲେ। ଏହା ସମ୍ପୂର୍ଣ୍ଣ ଅବୈଧ । ଏହା ଛଡା ସରକାରୀ ଚାକିରୀରେ ରହି ମଧ୍ୟ ୱାଙ୍ଖଡେଙ୍କ ନିକଟରେ ରିମିଟ ଓ ରୁମ ଚଲାଇବାର ଲାଇସେନ୍ସ ରହିଛି। ଯାହା ସିଭିଲ ସର୍ବିସ ସେବା ନିୟମର ବିରୋଧି ବୋଲି ମଲ୍ଲିକ ଅଭିଯୋଗ କରିଥିଲେ। ତେବେ ସେତେବେଳେ ୱାଙ୍ଖଡେ ଅଭିଯୋଗ କୁ ଅଗ୍ରାହ୍ୟ କରିଦେଇଥିଲେ। ଅନ୍ୟପକ୍ଷରେ ଅବକାରୀ ବିଭାଗ ଅଭିଯୋଗର ଯାଞ୍ଚ କରିବା ବେଳେ ଏହା ସତ୍ୟ ବୋଲି ଜଣାପଡିଥିବା ବେଳେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାଧିକାରୀଙ୍କ ଯାଞ୍ଚରୁ ୱାଙ୍ଖଡେ ପରିମିଟ ରୁମ ଓ ବାର ପାଇଁ ୨୭ ଅକ୍ଟୋବର ୧୯୯୭ରେ ଲାଇସେନ୍ସ ହାସଲ କରିଥିଲେ। ଏହି ଲାଇସେନ୍ସ ଲାଗି ସର୍ବ ନିମ୍ନ ଆୟୁ ସୀମା ୨୧ ଥିବା ବେଳେ ସେତେବେଳେ ସମୀର ୱାଙ୍ଖଡେଙ୍କ ବୟସ ମାତ୍ର ୧୮ ବର୍ଷ ଥିଲା। ଯାହା ବେଆଇନ ବୋଲି ପ୍ରମାଣିତ ହୋଇଛି। ଏଣୁ ତ୍ରୁଟିପୂର୍ଣ୍ଣ ସୂଚନା ଆଧାରରେ ୱାଙ୍ଖଡେ ଲାଇସେନ୍ସ ହାସଲ କରିଥିବାର ପ୍ରମାଣିତ ହେବା ପରେ ଏବେ ବାର ଓ ହୋଟେଲ ସିଲ କରିବା ଲାଗି ଆବକାରୀ ବିଭାଗ ପଦକ୍ଷେପ ନେଇଛି।
More Stories
୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କଲା ରୁଷ୍…..
କାଶ୍ମୀରର ୪୮ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କଲେ ସରକାର…..
ତହୱୁର ରାଣାର ଏନଆଇଏ ହେପାଜତ ୧୨ ଦିନ ବୃଦ୍ଧି…..