ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶର କାନପୁର କମିଶନରେଟରୁ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଅନୁଯାୟୀ କୁହାଯାଉଛି କି କାନପୁର କମିଶନରେଟରେ ପ୍ରାୟ ୨୨୪ ଜଣ ପୋଲିସ କର୍ମଚାରୀ ଗତ ଛଅମାସ ହେବ ନିଖୋଜ ଅଛନ୍ତି |ସୂଚନାଯୋଗ୍ୟ,କାନପୁର କମିଶନରେଟରେ ନିୟୋଜିତ ଥିବା ପ୍ରାୟ ୨୨୪ ଜଣ ପୋଲିସ କର୍ମଚାରୀ ଗତ ଛଅମାସ ହେବ ଡ୍ୟୁଟିକୁ ଆସୁ ନଥିବା ବେଳେ ସେମାନେ ନା ନିଜ ଜିଲ୍ଲାରେ ଅଛନ୍ତି ନା ନିଜ ଘରେ। କେବଳ ଏତିକି ନୁହେଁ, ଏହି ସମସ୍ତ ପୋଲିସ କର୍ମଚାରୀଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ଅଛି। ଯେଉଁ କାରଣରୁ ସେମାନଙ୍କସହିତ କୌଣସି ପ୍ରକାରେ ଯୋଗଯୋଗ କରାଯାଇ ପାରୁ ନାହିଁ।ଏନେଇ ୨୨୪ ଜଣ ପୋଲିସ କର୍ମଚାରୀଙ୍କ ନିକଟକୁ ପୋଲିସ ପ୍ରଶାସନ ପକ୍ଷରୁ ଦୁଇଥର ନୋଟିସ୍ ମଧ୍ୟ ପଠାଯାଇଛି। କିନ୍ତୁ ଏହାର ବି ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ।କାନପୁର କମିଶନରେଟର ୧୦୯ ଜଣ କନଷ୍ଟେବଳ, ୫୭ ଜଣ ମହିଳା କନଷ୍ଟେବଳ, ୩୪ ଜଣ ଇନ୍ସପେକ୍ଟର ଓ ୨୪ ଜଣ ମହିଳା ଇନ୍ସପେକ୍ଟର ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୬୭ ଜଣ ପୋଲିସ ଓ ୫୭ ଜଣ ଟ୍ରାଫିକ୍ ବିଭାଗ ସହିତ ଜଡିତ ଅଛନ୍ତି। କୁହାଯାଉଛି କିଛି ପୋଲିସ କର୍ମଚାରୀଙ୍କ କୁମ୍ଭମେଳାରେ ଡ୍ୟୁଟି ପଡ଼ିଥିଲା। କୁମ୍ଭମେଳା ଶେଷ ହେବାପରେ ମଧ୍ୟ ଏମାନେ କର୍ମକ୍ଷେତ୍ରକୁ ଫେରି ନାହାନ୍ତି। ଆଉ କିଛି ଜଣ ଚିକିତ୍ସା ଛୁଟିରେ ଓ ବିବାହ ନାମରେ ଛୁଟି ନେଇଥିବା ବେଳେ ଏଯାବତ ଡିୟୁଟିକୁ ଫେରି ନାହାନ୍ତି କି ବିଭାଗ ସହିତ କୌଣସି ପ୍ରକାର ଯୋଗାଯୋଗ ରଖି ନାହାନ୍ତି। ଏହି ପ୍ରସଙ୍ଗରେ ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଯେଉଁ ପୋଲିସ କର୍ମଚାରୀମାନେ ସୂଚନା ନ ଦେଇ ଲମ୍ବା ଛୁଟିରେ ଯାଇଆନ୍ତି, ସେମାନେ ଫେରିବା ସମୟରେ ପ୍ରାୟତଃ ଗୁରୁତର ଅସୁସ୍ଥତା କିମ୍ବା ବରିଷ୍ଠ ଅଧିକାରୀଙ୍କ ଚିଠି ଯୋଗୁଁ ମେଡିକାଲ ଛୁଟି ନେଇ ଆସିଥାନ୍ତି।






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..