ରିପୋର୍ଟ କାର୍ଡ / କଟକ
କଟକ ବିଜେଡି ଗୋଷ୍ଠୀ କନ୍ଦଳ ପଦାରେ ପଡିଛି। ସାଂସଦ ଦେବାଶିଷ ସାମନ୍ତରାୟ ଏବଂ କଟକ ମେୟର ସୁବାସ ସିଂଙ୍କ ମଧ୍ୟରେ ତୁ ତୁ ମେ ମେ। ସିଡିଏ ସ୍ଥିତ ଅନାଥଶ୍ରମରେ ମେୟର ସୁବାସ ସିଂ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିଥିଲେ। ଯେଉଁଥିରେ କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂ ଏବଂ ମହିଳା ମୋର୍ଚ୍ଚା ସଦସ୍ୟ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ସିଟି ହସ୍ପିଟାଲରେ ଫଳ ବଣ୍ଟନ କରି ନବୀନଙ୍କ ଜନ୍ମଦିନ ପାଳିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ। ତେବେ ଭିନ୍ନ ଭିନ୍ନ ସ୍ଥାନରେ ଜନ୍ମଦିନ ପାଳନକୁ ନେଇ ଦେବାଶିଷ କହିଛନ୍ତି ଯେ ସେମାନେ ନିମ୍ନସ୍ତରର। ମୋତେ କାର୍ଯ୍ୟକ୍ରମକୁ ଡାକିବା ପାଇଁ ସେମାନଙ୍କର ସତ୍ ସାହସ ନାହିଁ। ଅନ୍ୟପକ୍ଷରେ ମେୟର , ଜିଲ୍ଲା ବିଜେଡି ସଭାପତି କେମିତି ନିମ୍ନସ୍ତରର ବୋଲି ପ୍ରଶ୍ନ କରିଛନ୍ତି ସୁବାସ। ଦେବାଶିଷଙ୍କ ସମସ୍ତ ବକ୍ତବ୍ୟ ଦଳୀୟ ହାଇକମାଣ୍ଡ ତର୍ଜମା କରୁଛନ୍ତି ବୋଲି କହିଛନ୍ତି ସୁବାସ।






More Stories
ଆସୁଛି ଲଘୁଚାପ…..
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….