ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୋସିଆଲ ମିଡିଆରେ ସ୍ୱାମୀ ଅନୁଭବଙ୍କ ପାଟି ଚୁପ୍ କରିବା ପାଇଁ ବର୍ଷା ହାଇକୋର୍ଟରେ ରିଟ୍ ପିଟିସନ୍ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟ ଆଜି ତାହାକୁ ଖାରଜ କରି ଦେଇଛନ୍ତି । ସାଂସଦ ଅନୁଭବ ମହାନ୍ତି କ୍ରମାଗତ ଭାବରେ ବର୍ଷାଙ୍କ ବିରୋଧରେ ସୋସିଆଲ ମିଡିଆରେ ଉଭୟଙ୍କ ବୈବାହିକ ଜୀବନକୁ ମନ୍ତବ୍ୟ ଦେଉଥିଲେ । ଯାହା ବର୍ଷାଙ୍କ ପାଇଁ ଅତନ୍ତ୍ୟ ନିନ୍ଦନୀୟ ଥିଲା । ସୋସିଆଲ ମିଡିଆରେ ଅନୁଭବଙ୍କ ମୁହଁକୁ ବନ୍ଦ କରିବା ପାଇଁ ବର୍ଷା କୋର୍ଟର ସାହାରା ନେଇଥିଲେ । ଏନେଇ ବର୍ଷା କୋର୍ଟରେ ପିଟିସନ୍ ଦାଖଲ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ୨୦୨୦ ମସିହାରେ ଅଭିନେତା ଓ ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପ୍ରସଙ୍ଗ ସାମ୍ନାକୁ ଆସିଥିଲା । ଉଭୟ ପରସ୍ପର ଉପରେ ଦୋଷାରୋପ କରିଥିଲେ ।






More Stories
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..
ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି……
ସୁଶାନ୍ତଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ,ନବୀନ…..