ମୁମାଇ; ମୁମ୍ବାଇର ଏକ ହୋଟେଲରୁ ସୋମବାର ଦାଦରା ନଗର ହବେଳୀ ସାଂସଦ ମୋହନ ଭାଇ ସାଞ୍ଜିଭାଇ ଡେଲକରଙ୍କ ମୃତଦେହ ମିଳିଛି । ଏହି ଘଟଣାକୁ ନେଇ ଚାଂଚଳ୍ୟ ଖେଳିଯାଇଛି । ହେଟେଲରେ ଡେଲକରଙ୍କ ମୃତଦେହ ମିଳିବା ଖବର ପାଇବା ପରେ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଦେଇଛନ୍ତି । ଡେଲକରଙ୍କ ମୃତ୍ୟୁର କାରଣ ଜାଣିବା ଲାଗି ମୃତଦେହକୁ ବ୍ରବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ପୁଲିସ ହେଟେଲରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଜବତ କରି ଅନୁସନ୍ଧାନ ଚଳାଇଛି । ପୁଲିସ ସମସ୍ତ ଦିଗ ପ୍ରତି ଦୃଷ୍ଟି ଦେଇ ତଦନ୍ତ ଚଳାଇଛି । ପୁଲିସ ହେଟେଲରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଜବତ କରି ଅନୁସନ୍ଧାନ ଚଳାଇଛି । ପୁଲିସ ସମସ୍ତ ଦିଗ ପ୍ରତି ଦୃଷ୍ଟି ଦେଇ ତଦନ୍ତ ଚଳାଇଛି । ତେବେ ଖୁବାୀଘ୍ର ଏହାର ପର୍ଦ୍ଦାଫାଶ ହେବ ବୋଲି ଆଶା କରାଯାଉଛି । ତେବେ ତଦନ୍ତ ସମୟରେ ପୁଲିସକୁ କୌଣସି ପ୍ର୍ରକାର ସନ୍ଦିଗ୍ଧ ଜିନିଷ ମିଳିନାହିଁ । ପ୍ରାତମିକ ତଦନ୍ତରୁ ଏହା ଏକ ଆତ୍ମହତୃା ବୋଲି ପୁଲିସ ଅନୁମାନ କରୁଛି । ତେବେ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଦାଦରା ଏବଂ ନଗର ହାବେଳୀ କେନ୍ଦ୍ରଶାସିତ ଅଂଚଳର ୫୮ ବର୍ଷୀୟ ନିର୍ଦ୍ଦଳୀୟ ସାଂସଦ ହେଲକରଙ୍କ ମୃତଦେହ ଦକ୍ଷିଣ ମୁମ୍ବାଇର ମେରାଇନ ଡ୍ରାଇଭସ୍ଥିତ ଏକ ହୋଟେଲରୁ ଜବତ ହୋଇଛି । ସେ ୭ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ମୃତଦେହ ନିକଟରୁ ଗୁଜୁରାଟି ଭାଷାରେ ଲେଖାଯାଇଥିବା ଏକ ସୁଇସାଇଡ ନୋଟ ଜବତ ହୋଇଥିବା ଜଣାପଡିଥିଲେ ହେୂଁ ସେ ସମ୍ପର୍କରେ ଅଧିକାରୀ ଜଣଙ୍କ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି । ଡେଲକର କାର୍ମିକ, ଲୋକ ଅଭିଯୋଗ , ବିଧି ଏବଂ ନ୍ୟାୟ ବ୍ୟାପାର ସମ୍ବନ୍ଧୀୟ ଲୋକସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ ତଲେ । ଏହା ସହିତ ସେ ଗୃହ ମନ୍ତ୍ରଣାଳୟ ସମ୍ବନ୍ଧୀୟ ନିମ୍ନ ସଦନର ପରାମର୍ଶଦାତା କମିଟି ସଦସ୍ୟ ମଧ୍ୟ ଥିଲା । ପରିବାର କହିଲେ ତାଙ୍କର ପତ୍ନୀ ଏବଂ ଏକ ପଅ ଅଛନ୍ତି । ଡେଲକର ନିର୍ବାଚନ ଲଢିବା ପୂର୍ବରୁ ସିଲଭାସାରେ ଟ୍ରେଡ୍ ୟୁନିୟନ ନେତା ଥିଲେ ।
More Stories
ଶୁକ୍ର ପ୍ରଦକ୍ଷିଣ ଅଭିଯାନକୁ କ୍ୟାବିନେଟ ମଞ୍ଜୁରୀ…..
ହରିୟାଣା ନିର୍ବାଚନ ପାଇଁ କଂଗ୍ରେସ ସାତ ଗ୍ୟାରେଣ୍ଟି…..
୨୧ ରେ ଶପଥ ନେଇପାରନ୍ତି ଆତିଶୀ…..