ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାର ଆଣିଲେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନାସତ୍ତ୍ୱ ଓ ପରିଚାଳନା ଚିଠା ନିୟମ-୨୦୨୩। ଏନେଇ ବିଜ୍ଞପ୍ତି ଜାରି କରିଛି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ। ଚିଠା ନିୟମରେ ଆପାର୍ଟମେଣ୍ଟ କ୍ରେତାଙ୍କ ଆସୋସିଏସନ୍ ଗଠନ ନେଇ ବାଇ ଲ ବି ଅଣାଯାଇଛି। ଏହି ନିୟମ ନେଇ ମତାମତ ଦେବାକୁ ସର୍ବସାଧାରଣଙ୍କୁ ୩୦ ଦିନର ସମୟ ଦେଇଛନ୍ତି ରାଜ୍ୟ ସରକାର। ଆପାର୍ଟମେଣ୍ଟ କିଣାବିକା ନେଇ ବାଟ ଫିଟାଇବାକୁ ଗତ ଜୁଲାଇରେ ଅଧ୍ୟାଦେଶ ଆଣିଥିଲେ ସରକାର। ତେବେ ରୁଲ୍ ଆସି ନପାରିବାରୁ କାର୍ଯ୍ୟକାରୀ ହୋଇପାରୁନଥିଲା ଓଡ଼ିଶା ଆପାଟର୍ମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ। ଫଳରେ ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ରହିଛି ଆପାର୍ଟମେଣ୍ଟ କିଣାବିକା। ଏସବୁ ଭିତରେ ଅକ୍ଟୋବର ୧୦ ସୁଦ୍ଧା ଆପାର୍ଟମେଣ୍ଟ ରୁଲ୍ ଆଣିବାକୁ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ବିଧାନସଭା ଅଧିବେଶନରେ ବିଲ୍ ଆଗତ କରି ଏହାକୁ ପାରିତ କରାଯାଇଥିଲା। ଆଉ ଏବେ ଜାରି ହୋଇଛି ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନାସତ୍ୱ ଓ ପରିଚାଳନା ଚିଠା ନିୟମ-୨୦୨୩।






More Stories
ହର୍ମୁଜ୍ ଖୋଲିବା ଆମର ପ୍ରାଥମିକତା…..
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..
୨୬ରେ ମୌସୁମୀ ଛୁଇଁବ କେରଳ!…..