Report Card Odisha

| Daily Odia News

ଆଜି ରାଜ୍ୟରୁ ୫୯ ପଜିଟିଭ୍‌ ଚିହ୍ନଟ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟରୁ ୫୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୮୦୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । କ୍ୱାରାଣ୍ଟାଇନ୍‌ରୁ ୩୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୪ ଲୋକାଲକଣ୍ଟାକ କେସ ରହିଛି । ଆଜିର ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ମଧ୍ୟରେ ସମ୍ବଲପୁରରୁ ସର୍ବାଧିକ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬ ଏବଂ ଯାଜପୁରରୁ ୫ | ସେହିପରି ଅନୁଗୋଳରୁ ୪, ବାଲେଶ୍ୱର ୪, ବରଗଡ଼ ୧, ବଲାଙ୍ଗୀର ୧, କଟକ୨, ଦେବଗଡ଼ ୩, ଗଜପତି ୧, ଝାରସୁଗୁଡ଼ା ୪, କେନ୍ଦୁଝର ୩, ଖୋର୍ଦ୍ଧା ୩, ମୟୂରଭଞ୍ଜ ୩, ନବରଙ୍ଗପୁର ୧, ନୟାଗଡ଼ ୩, ନୂଆପଡ଼ଶ ୨, ପୁରୀ ୨ ଏବଂ ରାୟଗଡ଼ାରୁ ମଧ୍ୟ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୮୦୩ରେ ପହଞ୍ଚିଥିବା ବେଳେ ୩,୩୫,୦୮୦ ଜଣ ସୁସ୍ଥ ହୋଇଛନ୍ତି। ୭୫୩ ଜଣ ଚିକିିତ୍ସିତ ହେଉଛନ୍ତି। ।

Breaking News