ରିପୋର୍ଟ କାର୍ଡ / ମୁମ୍ବଇ
ଚଳଚ୍ଚିତ୍ର ‘ତୁଫାନ୍’ର ଟ୍ରେଲର ବୁଧବାର ରିଲିଜ୍ ହୋଇଛି। ଟ୍ରେଲରରେ ଅଭିନେତା ଫର୍ହାନ ଅଖତରଙ୍କୁ ଜଣେ ବକ୍ସର ଭୂମିକାରେ ଦେଖିବାକୁ ମିଳିଛି। ଏଥିରେ ଫରହାନ୍ ଅଖତରଙ୍କ ଲୁକ୍ ବେଶ୍ ପ୍ରଭାବଶାଳୀ ରହିଛି। ଅଭିନେତ୍ରୀ ମୃଣାଳ ଠାକୁର ଚଳଚ୍ଚିତ୍ରରେ ଫରହାନଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଛନ୍ତି। ଫରହାନ୍ ‘ତୁଫାନ୍’ ପାଇଁ ଅନେକ ତାଲିମ ନେଇଥିଲେ ଯାହା ଟ୍ରେଲରରୁ ସ୍ପଷ୍ଟ ବାରି ହୋଇପଡ଼ୁଛି।

ମୃଣାଳଙ୍କ ବ୍ୟତୀତ ପରେଶ ରାୱଲ, ସୁପ୍ରିୟା ପାଠକ କପୁର, ହୁସୈନ ଦଲାଲ, ଦର୍ଶନ କୁମାର ଓ ବିଜୟ ରାଜ ପ୍ରମୁଖ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ‘ତୁଫାନ୍’ ଏକ ପ୍ରେରଣାଦାୟକ ସ୍ପୋର୍ଟ୍ସ ଡ୍ରାମା ଭିତ୍ତିକ ଚଳଚ୍ଚିତ୍ର। ଏହା ଅଜିଜ୍ ଅଲୀଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ କରାଯାଇଛି। ‘ତୁଫାନ୍’ ଆମାଜନ ପ୍ରାଇମ୍ ଭିଡିଓରେ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଜୁଲାଇ ୧୬ ତାରିଖରେ ମୁକ୍ତିଲାଭ କରିବ।






More Stories
ପରଲୋକରେ ପ୍ରଦୀପ ରାୱତ…..
ଅଲ୍ଲୁ ଅର୍ଜୁନଙ୍କୁ ସମନ…..
ରେକର୍ଡ ଭାଙ୍ଗିବ କି ଭୂତ ବଙ୍ଗଳା!……