ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଯାତ୍ରୀବାହୀ ଟ୍ରେନ ଦୁର୍ଘଟଣା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର। ଟ୍ରାକ୍ରେ ରଖା ଯାଇଥିଲା ବଡ଼ବଡ଼ ପଥର ଖଣ୍ଡ। ରେଳ ଟ୍ରାକ୍ର ଏକାଧିକ ସ୍ଥାନରେ ପଥରଖଣ୍ଡ ରଖାଯାଇଥିଲା। ଏଗୁଡ଼ିକ ଏତେ ବଡ଼ ଥିଲା ଯେ ଟ୍ରେନ ଏଥିରେ ମାଡ଼ ହେବା କ୍ଷଣି ଲାଇନଚ୍ୟୁତ ହେବାର ଯଥେଷ୍ଟ ଆଶଙ୍କା ଥିଲା। କିନ୍ତୁ ରେଳବାଇ କର୍ମଚାରୀଙ୍କ ସତର୍କତା ଯୋଗୁ ଗୋଟିଏ ବଡ଼ ରେଳ ଦୁର୍ଘଟଣା ଟଳି ଯାଇଛି। ଟ୍ରେନ ଆସିବା ପୂର୍ବରୁ ପୁଣେ-ମୁମ୍ବାଇ ରେଳ ଟ୍ରାକ୍ରେ ଜାଣିଶୁଣି ରଖାଯାଇଥିବା ବଡ଼ବଡ଼ ପଥର ଖଣ୍ଡଗୁଡ଼ିକୁ ଠାବ କରାଯିବା ସହ ଏହାକୁ ହଟାଇ ଦିଆଯାଇଛି। ଏପରି ଘଟଣା ଘଟିଥିବା ଜଣେ ରେଳବାଇ ଅଧିକାରୀ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ମହାରାଷ୍ଟ୍ରରେ ଶୁକ୍ରବାର ଗୋଟିଏ ବଡ଼ ଟ୍ରେନ ଦୁର୍ଘଟଣା ଟଳି ଯାଇଛି। କିଛି ଦୁର୍ବୃତ୍ତ ଜାଣିଶୁଣି ଟ୍ରେନକୁ ଲାଇନଚ୍ୟୁତ କରିବା ପାଇଁ ଯୋଜନା କରିଥିଲେ।






More Stories
କେଦାରନାଥରେ ମୋବାଇଲ୍ ନିଷେଧ….
ଓଡ଼ିଶାର ସଂସ୍କୃତି ପରମ୍ପରା ମହାନ…..
ସରକାରଙ୍କ ବଡ଼ ନିଷ୍ପତ୍ତି…..