ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶରେ ସାବରମତି ଏକ୍ସପ୍ରେସ୍ ଟ୍ରାକରୁ ଖସିଯାଇଛି। କାନପୁର ଭୀମସେନ୍ ଷ୍ଟେସନ ମଝିରେ ଏହି ଅଘଟଣ ଘଟିଛି। ଏକ୍ସପ୍ରେସର ୨୨ଟି ବଗି ଲାଇନ୍ ଚ୍ୟୁତ ହୋଇଥିବା ଜଣାପଡିଛି। ସ୍ଵଭାଗ୍ୟବଶତଃ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ଏବଂ ଟ୍ରେନ୍ କର୍ମଚାରୀ ସୁରକ୍ଷିତ ରହିଛନ୍ତି। ଘଟଣାସ୍ଥଳରେ ବରିଷ୍ଠ ରେଲଓ୍ବେ ଅଧିକାରୀ ପହଞ୍ଚି ରେସକ୍ୟୁ ଏବଂ ଯାଞ୍ଚକୁ ତ୍ଵରାନ୍ବିତ କରିଛନ୍ତି। ଟ୍ରେନ୍ ଟି ବାରଣାସୀ ରୁ ଅହମ୍ମଦାବାଦ ଯାଉଥିଲା। ତେବେ ଦୁର୍ଘଟଣା ପରେ ଯାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ , ସେ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଯାତ୍ରୀ ମାନଙ୍କୁ ବସ୍ ଯୋଗେ ନିଜର ଗନ୍ତବ୍ୟ ସ୍ଥଳକୁ ପଠାଯାଉଛି। ସେପଟେ ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ରେଳ ଟ୍ରାକରେ ରଖାଯାଇଥିବା କୌଣସି ବସ୍ତୁକୁ ଧକ୍କା ଦେବା ପରେ ଟ୍ରେନ୍ ଟି ଟ୍ରାକରୁ ଖସିଯାଇଛି। ଉତ୍ତର ପ୍ରଦେଶ ପୋଲିସ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ ଏହାର ତଦନ୍ତ କରୁଛନ୍ତି।






More Stories
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..