Report Card Odisha

| Daily Odia News

ଋଷି ସୁନକଙ୍କୁ ସମର୍ଥନ କରନ୍ତୁ ନାହିଁ: ଜନସନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚର୍ଚ୍ଚାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ପାଦ | ପ୍ରଧାନମନ୍ତ୍ରୀ ପଦରୁ ବୋରିସ୍‌ ଜନସନ ଇସ୍ତାଫା ଦେଇସାରିବା ପରେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ପ୍ରକ୍ରିୟା ଜୋରଦାର ହେଉଛି | ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଏବେ ସବୁଠାରୁ ଆଗରେ ଅଛନ୍ତି। ତେବେ ପୂର୍ବ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ଏବଂ ତାଙ୍କ ଘନିଷ୍ଠ ସମର୍ଥକମାନେ ଏବେ ସୁନକଙ୍କୁ ସମର୍ଥନ କରୁନାହାନ୍ତି। ଜନସନ ଦଳ ଭିତରେ ତାଙ୍କ ସମର୍ଥକ ନେତାମାନଙ୍କୁ କହିଛନ୍ତି , ଆପଣମାନେ କାହାକୁ ବି ସମର୍ଥନ କରନ୍ତୁ, କିନ୍ତୁ ସୁନକଙ୍କୁ ସମର୍ଥନ କରନ୍ତୁ ନାହିଁ। ବୋରିସ ଜନସନ ବିଦେଶ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସମର୍ଥନ କରୁଛନ୍ତି ଏବଂ ତାଙ୍କ ବିଜୟ ପାଇଁ ଗୁପ୍ତ ରଣନୀତିରେ କାମ କରୁଛନ୍ତି। ତେଣୁ ସୁନକଙ୍କୁ ସମର୍ଥନ ନକରିବା ପାଇଁ ଏବେ ସେ ଦଳୀୟ ନେତାଙ୍କୁ ଆହ୍ବାନ ଦେଇଛନ୍ତି। ପ୍ରଥମ ଦୁଇଟି ରାଉଣ୍ଡ୍‌ରେ ସୁନକ ଅଗ୍ରଣୀ ଥିବାରୁ ଏବେ ଜନସନ ତାଙ୍କ ବିରୋଧରେ ଖୋଲାଖୋଲି ସାମ୍ନାକୁ ଆସିଛନ୍ତି।

Breaking News