ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ-ରୁଷ ମଧ୍ୟରେ ବିବାଦ ତୀବ୍ରତର ହେବାରେ ଲାଗିଛି | ସାରା ବିଶ୍ୱ ବାସୀଙ୍କ ନଜର ୟୁକ୍ରେନ-ରୁଷ ଯୋଦ୍ଧ ଉପରେ ରହିଛି | ୟୁକ୍ରେନରୁ ୨୫୦ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱଦେଶ ଫେରିଛି ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ । ଆଜି ଦିଲ୍ଲୀ ବିମାନବନ୍ଦରରେ ଏହି ବିମାନ ଅବତରଣ କରିବା ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା । ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିବା ସରକାରୀ ଅଧିକାରୀଙ୍କ ପକ୍ଷରୁ ସଳଚନା ମିଳିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିମାନବନ୍ଦରରେ ପହଞ୍ଚି ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ୟୁକ୍ରେନରେ ଫସିରହିଥିବା ଏହି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଶନିବାର ଏହି ବିମାନ ଉଡାଣ ଭରିଥିଲା । ପ୍ରଥମ ବିମାନଟି ବୁଦାପେଷ୍ଟରୁ ୨୧୯ ଜଣ ଛାତ୍ରଛାତ୍ରୀଙ୍କୁ ଆଣି ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିବାବେଳେ ଦ୍ୱିତୀୟ ବିମାନ ଏଆଇ୧୯୪୨, ୨୫୦ ୨୫୦ ଭାରତୀୟଙ୍କୁ ନେଇ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି । ଏହାସହ ତୃତୀୟ ବିମାନଟି ମଧ୍ୟ ଆଜି ଦିଲ୍ଲୀ ଫେରିବାର ସୂଚନା ରହିଛି । ଋଷର ସାମରିକ ଆକ୍ରମଣ ହେବା ପରେ ବେସାମରିକ ବିମାନ ଚଳାଚଳ ପାଇଁ ୟୁକ୍ରେନର ଆକାଶବନ୍ଦୀ ହୋଇଯାଇଥିଲା । ଫଳରେ ସେଠାରୁ କୌଣସି ବିମାନ ଯାଇ ଭାରତୀୟଙ୍କୁ ଫେରାଇ ଆଣିବା ସମ୍ଭବପର ହୋଇପାରିନଥିଲା । ହେଲେ ଏବେ ଏହା ସାମାନ୍ୟ ସ୍ଥିତିକୁ ଆସିବାକୁ ଲାଗିଛି ।
More Stories
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….