ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଖିମ୍ପୁର ଖେରି ହିଂସା ମାମଲାର ଅନ୍ୟତମ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରା ତେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ଆଜି ଉତ୍ତର ପ୍ରଦେଶ ସରକାର ସୁପ୍ରିମ୍ କୋର୍ଟରେ ବିରୋଧ କରିଛନ୍ତି। ଏହାପରେ, ଅଦାଲତ ଏହି ମାମଲାର ରାୟ ସଂରକ୍ଷିତ ରଖିଛନ୍ତି। ସାଂଘାତିକ ଅପରାଧ ବୋଲି ଉତ୍ତର ପ୍ରଦେଶର ଅତିରିକ୍ତ ଆଡ୍ଭୋକେଟ୍ ଜେନେରାଲ୍ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜେ.କେ. ମାହେଶ୍ବରୀଙ୍କ ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି। କେଉଁ ଆଧାରରେ ଜାମିନକୁ ବିରୋଧ କରାଯାଉଛି ବୋଲି ଅଦାଲତ ପଚାରିବାରୁ ସେ କହିଲେ, ଅପରାଧ ସାଂଘାତିକ ଓ ଜଘନ୍ୟ। ତେଣୁ, ଜାମିନ ମଞ୍ଜୁର କଲେ ଲୋକେ ଠିକ୍ ହେଲାନି ବୋଲି କହିବେ। ସୁପ୍ରିମ କୋର୍ଟ ମଧ୍ୟ କହିଛନ୍ତି ଯେ, ଏହି ଅପରାଧ ଉପରେ ଦୁଇଟି ରିପୋର୍ଟ ଅଛି। କୌଣସି ରିପୋର୍ଟ ଉପରେ ଟିପ୍ପଣୀ ଦେଇ ହେବନାହିଁ।ପ୍ରାରମ୍ଭିକ ତଦନ୍ତ ଅନୁସାରେ, ସେ ଉକ୍ତ ଅପରାଧରେ ସମ୍ପୃକ୍ତ ଥିଲେ। ସେ ଜଣେ ଅଭିଯୁକ୍ତ, ନିର୍ଦ୍ଦୋଷ ନୁହନ୍ତି। ସେ ପ୍ରମାଣ ନଷ୍ଟ କରିଥିବା ଘଟଣା ଉପରେ କ’ଣ ରାଜ୍ୟ ସରକାରଙ୍କ ମାମଲା ପର୍ଯ୍ୟବେଶିତ ବୋଲି ଖଣ୍ଡପୀଠ ପଚାରିଥିଲେ। ଏହାର ଉତ୍ତର ଦେଇ ଆଡ୍ଭୋକେଟ୍ ଜେନେରାଲ୍ କହିଲେ, ଏପର୍ଯ୍ୟନ୍ତ ସେ ମାମଲା ରୁଜୁ କରାଯାଇ ନାହିଁ।






More Stories
ଜେଲରୁ ମୁକୁଳିବେ ସୋନମ ୱାଙ୍ଗଚୁକ…..
କଂଗ୍ରେସ ଦେଶରେ ଆତଙ୍କ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି…..
ସିଇସିଙ୍କ ବହିଷ୍କାର ଦାବିରେ ନୋଟିସ……