ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ଼ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଗିରଫ ହୋଇଛନ୍ତି । ଆଜି ଅମ୍ବୋଲୀ ପୋଲିସ ରାକ୍ଷୀ ସାୱନ୍ତଙ୍କୁ ଗିରଫ କରିଛି। ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ଅଭିଯୋଗ ପରେ ପୋଲିସ ରାକ୍ଷୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାକ୍ଷୀଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, କିଛି ଦିନ ପୂର୍ବରୁ ସେ ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ଆପତ୍ତିଜନକ ଭିଡିଓ ଓ ଫଟୋ ଭାଇରାଲ କରିଥିଲେ। ଏହାପରେ ଶର୍ଲିନ ଗତ ବର୍ଷ ରାକ୍ଷୀଙ୍କ ବିରୋଧରେ ପୋଲିସରେ ମାମଲା ଦାୟର କରିଥିଲେ। ଏବେ ଏହି ମାମଲାରେ ଶର୍ଲିନଙ୍କ ଅଭିଯୋଗ ପରେ ଆଜି ଅମ୍ବୋଲୀ ପୋଲିସ ରାକ୍ଷୀଙ୍କୁ ଗିରଫ କରିଛି। ଶର୍ଲିନ ଚୋପ୍ରା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ରାକ୍ଷୀଙ୍କ ଗିରଫ ସମ୍ବନ୍ଧୀୟ ଖବର ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ‘‘ବ୍ରେକିଂ ନ୍ୟୁଜ୍… ଅମ୍ବୋଲୀ ପୋଲିସ କେସ୍ ନଂ ୮୮୩/୨୦୨୨ ଆଧାରରେ ରାକ୍ଷୀ ସାୱନ୍ତଙ୍କୁ ଗିରଫ କରିଛି। ଗତ କାଲି ରାକ୍ଷୀ ସାୱନ୍ତଙ୍କ ଅଗ୍ରୀମ ଜାମିନ ଆବେଦନକୁ ଅଦାଲତ ଖାରଜ କରିଥିଲେ’’।






More Stories
ଆଜିଠୁ ବଙ୍ଗ ଭୟମୁକ୍ତ…..
ଭବାନୀପୁରରେ ହାରିଲେ ଦିଦି…..
ପଶ୍ଚିମବଙ୍ଗ,ତାମିଲନାଡୁ ସମେତ ୫ ରାଜ୍ୟର ନିର୍ବାଚନ ଫଳାଫଳ…..