ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶୁକ୍ରବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂହ ରାଓ୍ୱତଙ୍କ ଇସ୍ତଫା ଦେଇଛନ୍ତି । କିଏ ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ସେନେଇ ଚର୍ଚ୍ଚା ଜୋର ଧରିଛି । ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅଛି । ତେଣୁ ଏବେ ବାହାରୁ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ନକରି ନିଜ ଦଳର ବିଧାୟକଙ୍କ ଭିତରୁ ଜଣଙ୍କୁ ଚୟନ କରିବ ବିଜେପି । ଏନେଇ ଆଜି ବିଜେପି ବିଧାୟକ ଦଳ ବୈଠକ ବସୁଛି । ବିଧାୟକ ଦଳ ନେତା ଚୟନ ପାଇଁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ଦଳ ପର୍ୟ୍ୟବେକ୍ଷକ ଦାୟିତ୍ୱ ଦେଇଛି । ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ପଦ ପାଇଁ ରେସରେ ଅଛନ୍ତି ସତପାଲ ମହାରାଜ, ଧନ ସିଂହ ରାଓ୍ୱତ ସମେତ ୪ ଜଣ ବରିଷ୍ଠ ବିଧାୟକ । ରେସରେ ସବା ଆଗରେ ଅଛନ୍ତି ସତପାଲ ମହାରାଜ । ସେ ଏବେ ରାଜ୍ୟ ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ସଦସ୍ୟ ବି ଅଛନ୍ତି । ମାନବ ଉତଥାନ ସେବା ସମିତିର ସଂସ୍ଥାପକ ଅଛନ୍ତି ସତପାଲ ମହାରାଜ । ଏହି ସମିତିର ପାଖାପାଖି ୩ହଜାର ଆଶ୍ରମ ରହିଛି । ସେହିପରି ଦେବଭୂମିର ଧାର୍ମିକ ସମୁଦାୟ ସହ ତାଙ୍କର ସମ୍ପର୍କ ବେଶ ନିବିଡ଼ |
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..