ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ୍ ର କିମ୍ଵଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିିଳିବ ଦାଦା ସାହେବ ଫାଲ୍କେ ଆୱାର୍ଡ। କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ହିନ୍ଦୀ ସିନେମା ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଅଶ୍ବିନୀ ବୈଷ୍ଣବ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ଏକ ପୋଷ୍ଟ୍ କରି ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟ୍ରେ ଉଲ୍ଲେଖ କରିଛନ୍ତି କି ‘‘ମୁଁ ଏହା ଘୋଷଣା କଲାବେଳେ ଗୌରବାନ୍ବିତ ଅନୁଭବ କରଛି ଯେ ହିନ୍ଦୀ ସିନେମା ଜଗତରେ ଅତୁଳନୀୟ ଅବଦାନ ପାଇଁ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବିଚାରକମାନେ ଦାଦା ସାବେହ ଫାଲ୍କେ ଆୱାର୍ଡ ଦେବାକୁ ନିର୍ଣ୍ଣୟ ନେଇଛନ୍ତି। ତାଙ୍କୁ ଏହି ସମ୍ମାନ ୭୦ତମ ଜାତୀୟ ଫିଲ୍ମ ଆୱାର୍ଡ ଉତ୍ସବରେ ଅକ୍ଟୋବର ୮ ତାରିଖରେ ଦିଆଯିବ।’’ ‘ମୃଗୟା’ ସିନେମାରୁ ମିଥୁନ ତାଙ୍କ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ପ୍ରଥମରୁ ତାଙ୍କୁ ବେଶ୍ ସଂଘର୍ଷମୟ ସମୟ ଥିବା ବେଳେ ସମୟକ୍ରମେ ସେ ଜଣେ ସଫଳ ଅଭିନେତା ଭାବେ ନିଜକୁ ପରିଚିତ କରାଇବାରେ ସଫଳ ହୋଇଥିଲେ। ଏକ ସମୟରେ ମିଥୁନ୍ ଦାଙ୍କୁ ଲୋକେ ସୁପର୍ଷ୍ଟାର୍ ବୋଲି ଭାବୁଥିଲେ। ଏବେ ପର୍ଯ୍ୟନ୍ତ ବି ସେ ତାଙ୍କର ଅଭିନୟ ଯାତ୍ରା ଅବ୍ୟାହତ ରଖିଛନ୍ତି। ମୁଖ୍ୟ ଚରିତ୍ର ନହେଲେ ବି ପାର୍ଶ୍ବ ଚରିତ୍ର ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରାଉଛନ୍ତି।






More Stories
ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..