Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ଆରଆଇ…..

ରିପୋର୍ଟ କାର୍ଡ / ନବରଙ୍ଗପୁର

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ସାନମସିଆଗାଁ ଭାରପ୍ରାପ୍ତ ଆରଆଇ ଜଗଦୀଶ ବେହେରା । ଜଣେ ଅଭିଯୋଗକାରୀଙ୍କଠାରୁ ତହସିଲଦାରଙ୍କୁ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ ପାଇଁ ଅନୁସନ୍ଧାନ ରିପୋର୍ଟ ଦେବାକୁ ଅଭିଯୁକ୍ତ ଶ୍ରୀ ବେହେରା ୫ ହଜାର ଟଙ୍କା ଓ ଦୁଇ କେଜିଆ କୁକୁଡ଼ା ଲାଞ୍ଚ ନେଉଥିଲେ। ପୂର୍ବ ଯୋଜନା ଅନୁସାରେ କୋରାପୁଟ ଭିଜିଲାନ୍ସ ଟିମ୍ ତହସିଲଦାରଙ୍କୁ ଧରିଛନ୍ତି | ଶ୍ରୀ ବେହେରାଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ଶ୍ରୀ ବେହେରାଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଚାଲିଛି। ଏନେଇ କୋରାପୁଟ ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି।

Breaking News