ରିପୋର୍ଟ କାର୍ଡ / କଟକ
ଭିଜିଲାନ୍ସ ମାମଲାରେ ମିଛ ସାକ୍ଷୀ ଦେଇ ଚାକିରିରୁ ବହିଷ୍କୃତ ହେଲେ ବିଜେପୁରର ଆର ଡବ୍ଲୁ ଏସ ଏସ ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ଭଞ୍ଜ ନାୟକ। ଅଭିଯୁକ୍ତକୁ ସାହାଯ୍ୟ ପାଇଁ ସାକ୍ଷୀଭାବେ ମିଥ୍ୟା ପ୍ରମାଣ ଦେଇଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଆଗରୁ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗକୁ ସୁପାରିସ କରିଥିଲା ଭିଜିଲାନ୍ସ। ଆଜି ଭିଜିଲାନ୍ସ ପକ୍ଷରୁ ଅନୁରୋଧ ପରେ ଉପେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିଜେପୁରର ଆର ଡବ୍ଲୁ ଏସ ଏସ ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ଭଞ୍ଜ ନାୟକଙ୍କ ଦ୍ବାରା ପ୍ରଦତ୍ତ ଭୁଲ ତଥ୍ୟ ଯୋଗୁଁ ଅଭିଯୁକ୍ତ ବରଗଡ଼ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ଅଫିସର ବରିଷ୍ଠ କିରାଣି ଆନନ୍ଦ ଆନନ୍ଦ ସରାଫ ଛାଡ଼ ପାଇଯାଇଥିଲେ। ସୂଚନା ଅନୁସାରେ ୨୦୧୧ରେ ବରଗଡ଼ ସୋହେଲା ଆର ଡବ୍ଲୁ ଏସ ଏସ ସେକ୍ସନରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ ଉପେନ୍ଦ୍ର ଭଞ୍ଜ ନାୟକ। କିରାଣି ଆନନ୍ଦ ସରାଫଙ୍କ କେସ୍ରେ ଦେଇଥିବା ତଥ୍ୟ ବଦଳାଇ ଭୁଲ୍ ତଥ୍ୟ ଦେଇଥିଲେ। ମିଥ୍ୟା ତଥ୍ୟ ଦେଇ ଅଭିଯୁକ୍ତକୁ ଖସାଇ ଦେଇଥିଲେ ଉପେନ୍ଦ୍ର ଭଞ୍ଜ ନାୟକ।






More Stories
୫ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ…..
ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ…..
ଓଡ଼ିଶା ଇଭି ପଲିସି ଅବଧି ବୃଦ୍ଧି…..