ରିପୋର୍ଟ କାର୍ଡ / ଭୁବନେଶ୍ବର
ଏମ୍ଭିଆଇଙ୍କୁ ଆଜି ଭିଜିଲାନ୍ସ ଟିମ୍ ମାଡ଼ିବସିଛି। ଅତର୍କିତ ଚଢ଼ଉରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୂଆପଡ଼ା ଏମ୍ଭିଆଇ ବିଜୟ କୁମାର ବେହୁରିଆ। ଆଜି ସେ ନୂଆପଡ଼ାରୁ ଭୁବନେଶ୍ବର ଶୈଳଶ୍ରୀବିହାରସ୍ଥିତ ଘରକୁ ଆସୁଥିବାବେଳେ ବାଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଛି। ଘରୋଇ ଗାଡ଼ିରେ ଆସୁଥିବା ଶ୍ରୀ ବେହୁରିଆଙ୍କଠାରୁ ୧ଲକ୍ଷ ୩୨ ହଜାର ଟଙ୍କା ଜବତ କରାଯାଇଛି। ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖାଯାଇଛି ଏବଂ ଜବତ ଟଙ୍କାକୁ ନେଇ ଖୋଳତାଡ଼ ଚାଲିଛି। ସେହିଭଳି ସେ ଆୟ ବହୁର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ଆଧାରରେ ଆଜି ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି। ଶୈଳଶ୍ରୀବିହାରସ୍ଥିତ ଏକ ଫ୍ଲାଟ୍ ଓ ନୂଆପଡ଼ା କାର୍ଯ୍ୟାଳୟ ସମେତ ୫ଟି ଜାଗାରେ ଭିଜିଲାନ୍ସ ଟିମ୍ ଚଢ଼ଉ ଚଳାଇଛି।






More Stories
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..