ରିପୋର୍ଟ କାର୍ଡ / ଭୁବନେଶ୍ୱର
ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପଡ଼ୋଶୀଙ୍କ ଛାତରୁ ମିଳିଲା୨ କୋଟିରୁ ଅଧିକ ଟଙ୍କା। ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଛନ୍ତି। ତାଙ୍କ ଗଣିବା ପାଇଁ ମେସିନ ବ୍ୟବହାର ହୋଇଥିବା ଜଣାପଡିଛି | ଭୁବନେଶ୍ୱର କାନନବିହାର ସ୍ଥିତ ପ୍ରଶାନ୍ତ କୁମାର ରାଉତଙ୍କ ଘରେ ଚଢ଼ାଉ ବେଳେ ପଡ଼ୋଶୀ ଘର ଛାତରୁ ୫୦୦ ଟଙ୍କିଆ ଭର୍ତ୍ତି ୬ଟି ପେଟି ଟଙ୍କା ଜବତ କରିଛି ଭିଜିଲାନ୍ସ। ପ୍ରଶାନ୍ତ ପଡ଼ୋଶୀଙ୍କ ଛାତରୁ ଟଙ୍କା ମିଳିବା ପରେ ଭିଜିଲାନ୍ସ ଅଧିକାରୀ ତାଙ୍କ ଘର ମଧ୍ୟ ଯାଞ୍ଚ କରିଛନ୍ତି। ଏହାସହ ପଡ଼ୋଶୀଙ୍କୁ ଟଙ୍କା ବାବଦରେ ପଚରାଉଚରା କରୁଛନ୍ତି । ଆଜି ସକାଳେ ଭିଜିଲାନ୍ସ ପ୍ରଶାନ୍ତଙ୍କ ଭୁବନେଶ୍ୱର କାନନବିହାର ସ୍ଥିତ ଘରେ ଚଢ଼ାଉ ବେଳେ କେହି ଜଣେ ପଡ଼ୋଶୀଙ୍କ ଛାତକୁ ପେଟିରେ କ’ଣ ଫୋପାଡ଼ି ଦେଉଥିବା ଭିଜିଲାନ୍ସ ଅଧିକାରୀ ଦେଖିଥିଲେ। ପରେ ଭିଜିଲାନ୍ସ ଅଧିକାରୀ ଛାତ ଉପରେ ପହଞ୍ଚି ଏହି ଟଙ୍କା ପେଟି ଗୁଡ଼ିକୁ ଜବତ କରିଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ବିଭାଗର ୯ଟି ଟିମ୍ ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ସ୍ଥିତ ପୈତୃକ ଘର, ଭୁବନେଶ୍ୱର ସ୍ଥିତ କାନନ ବିହାର ଘର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରିରହିଛି |






More Stories
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ;ଦାବି ପୁରଣ ନହେଲେ ଆନ୍ଦୋଳନ…..
ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ ସୂଚନା…..
ଜ୍ଞାନକୁ ସମାଜ କଲ୍ୟାଣରେ ବିନିଯୋଗ କର…..