ରିପୋର୍ଟ କାର୍ଡ / ଅହମଦାବାଦ
ଭିଆଇପି ମୋବାଇଲ ନମ୍ବର ପାଇବାର ଲୋଭରେ ଜଣେ ବ୍ୟକ୍ତି ୧.୪୩ କୋଟି ଟଙ୍କା ଠକାମିର ଶିକାର ହୋଇଛନ୍ତି | ଏଭଳି ଅଘଟଣା ସାମ୍ନାକୁ ଆସିଛି ଅହମଦାବାଦରେ | ଉକ୍ତ ବ୍ୟକ୍ତିଙ୍କୁ ଦୁଇ ବର୍ଷ ଧରି ଠକିଆସୁଥିବା ଅଭିଯୋଗରେ ସାଇବର କ୍ରାଇମ୍ ପୋଲିସ ନବବଡ଼ାଜ ଅଞ୍ଚଳର ବାସିନ୍ଦା ଧ୍ରୁବିଲ ନାମକ ଜଣେ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ ଭିଆଇପି ମୋବାଇଲ ନମ୍ବରଟିଏ ଦେବା ଲାଗି ଧ୍ରୁବିଲ ଅଭିଯୋଗକାରୀଙ୍କୁ ପ୍ରସେସିଂ ଫି ମାଗିଥିଲା। ଏମିତି କରି ଦୁଇବର୍ଷ ଧରି ସେ ଅଭିଯୋଗକାରୀଙ୍କଠାରୁ ଟଙ୍କା ଝଡ଼େଇ ଚାଲିଥିଲା। କିନ୍ତୁ ସିମ୍ କାର୍ଡର ଦେଖା ନ ଥିଲା। ଏପରି କି ଧ୍ରୁବିଲ ତାଙ୍କୁ ଏକ ମୋବାଇଲ ନମ୍ବର ସହ ଇନ୍ଭଏସ୍ ବି ଦେଇଥିଲା ଏବଂ ସିମ୍ କାର୍ଡ ପହଞ୍ଚିଯିବ ବୋଲି କହିଥିଲା। ଇତି ମଧ୍ୟରେ ଧ୍ରୁବିଲ ତାଙ୍କଠାରୁ ପ୍ରାୟ ଦେଢ଼ କୋଟି ଟଙ୍କା ନେଇସାରିଥିଲା। ବିଶ୍ବାସ ଜନ୍ମାଇବା ପାଇଁ ଅଧିକ ହୋଇଗଲା କହି ତାଙ୍କୁ ୧୧ ଲକ୍ଷ ଟଙ୍କା ମଧ୍ୟ ଫେରସ୍ତ ଦେଇଥିଲା। କିନ୍ତୁ ଯେତେବେଳେ ସିମ୍ କାର୍ଡ ମିଳିଲା ନାହିଁ ଅଭିଯୋଗକାରୀ ଜଣକ ସାଇବର କ୍ରାଇମ୍ ପୋଲିସର ଦ୍ବାରସ୍ଥ ହୋଇଥିଲେ। ଧ୍ରୁବିଲକୁ ଅଟକ ରଖି ପଚରାଉଚରା କରାଯିବା ସହ ତା’ର ବ୍ୟାଙ୍କ ଆକାଉଣ୍ଟରୁ ୧ କୋଟି ୪୦ ଲକ୍ଷ ଟଙ୍କା ଆଦାୟ କରାଯାଇଛି।
More Stories
ହତ୍ୟା କରି ଅଳିଆ ଗାଡ଼ିରେ ଫିଙ୍ଗିଦେଲେ…..
ଗଣଦୁଷ୍କର୍ମ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ,୧୦ ଅଭିଯୁକ୍ତ ଗିରଫ…..
ନାବାଳିକାଙ୍କୁ ବଳାତ୍କାର କଲେ ପୂଜକ….