ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ଶୀତ ସାଙ୍ଗକୁ ଝିପଝିପ ବର୍ଷା ଜାରିରହିଛି | ଗତ ତିନି ଦିନ ହେବ ରାଜ୍ୟରେ ଏଭଳି ପାଗ ଦେଖିବାକୁ ମିଳୁଛି। ବୁଧବାର କଟକ ଏବଂ ଭୁବନେଶ୍ବରରେ ହାଲୁକା ଧରଣର ବର୍ଷା ଲାଗି ରହିଛି। କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା ଲାଗିରହିଛି। ୨୫ ତାରିଖ ଯାଏଁ ଏଭଳି ପାଗ ଲାଗିରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୨୬ ତାରିଖରୁ ପାଗ ବଦଳିବା ନେଇ ସମ୍ଭାବନା ରହିଛି। ଓଡିଶା ସମେତ ରାୟଗଡା, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଗୁରୁବାର ପାଇଁ ଗଜପତି, ଗଞ୍ଜାମ , ପୁରୀ , କନ୍ଧମାଳ, ଜଗତସିଂହପୁର , କୋରାପୁଟ ଏବଂ କନ୍ଧମାଳ ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..