Report Card Odisha

| Daily Odia News

ନୂଆ ଜୋତା ପିନ୍ଧିଲାବେଳେ ପାଦରେ ଫୋଟକା କିମ୍ବା କ୍ଷତ ଦୂର କରିବା ଉପଚାର

ନୂଆ ଜୋତା ବା ସାଣ୍ଡାଲ୍ ପିନ୍ଧିବା ପରେ ବେଳେବେଳେ ଏମିତି ହୋଇଥାଏ କି ପାଦ କଟି ଯାଇଥାଏ । ଯୋତା ଦ୍ୱାରା ପାଦ କାଟିବା ଦ୍ୱାରା ଚର୍ମ ଛାଡିଯାଏ । ଏହି ଅସୁବିଧାକୁ ଦୂର କରିବା ପାଇଁ କିଛି ଘରୋଇ ଉପଚାର କରିପାରିବେ ।

ପେଟ୍ରୋଲିୟମ ଜେଲି ଲଗାନ୍ତୁ କୈାଣସି ନୂଆ ଯୋତା ପିନ୍ଧିବା ପୂର୍ବରୁ ଏହାର କଡରେ ପେଟ୍ରୋଲିୟମ ଜେଲି ଲଗାନ୍ତୁ । ଯାହାଦ୍ୱାରା ସେହି ସ୍ଥାନ କୋମଳ ହୋଇଥାଏ ଏବଂ ଆଉ ପାଦ କଟିିନଥାଏ ।

ଏଲୋବେରା ଯଦି ଯୋତାରେ ପାଦ କଟିବା କାରଣରୁ ତ୍ୱଚାରେ ଜ୍ୱଳନ ଆରମ୍ଭ ହୋଇଯାଏ , ଏଥିରେ ଅଲବେରା ରସ ଲଗାଇଦିଅନ୍ତୁ ।

ବାଦାମ ଓଲିଭ୍ ବାଦାମକୁ ଗୁଣ୍ଡ କରି ଏଥିରେ ଓଲିଭ୍ ତେଲ ମିଶାଇ ପ୍ରଭାବିତ ତ୍ୱଚାରେ ମାଲିସ୍ କରନ୍ତୁ । ଯେବେ ଚର୍ମ କୋମଳ ହୋଇଯାଏ ପାଦକୁ ଧୋଇ ଦିଅନ୍ତୁ ।

କର୍ପୁର ନଡିଆ ତେଲ ପାଦରେ ଚର୍ମ ଯଦି କୁଣ୍ଡାଇ ହେଉଛି କର୍ପୁର ଗୁଣ୍ଡରେ କିଛି ବୁନ୍ଦା ନଡିଆ ତେଲ ମିଶାନ୍ତୁ । ଏହାକୁ କିଛି କିଛି ସମୟ ଅନ୍ତରରେ କ୍ଷତ ସ୍ଥାନରେ ଲଗାଇବା ଦ୍ୱାରା ଯନ୍ତ୍ରଣାରୁ ଉପଶମ ମିଳେ ।

ଚାଉଳର ଉପଚାର ଚାଉଳକୁ ଗୁଣ୍ଡ କରି ପେଷ୍ଟ ବନାନ୍ତୁ ଏବଂ ଏହାକୁ ପାଦର ବକଳ ଉପରେ ଲଗାନ୍ତୁ । ୧୫ ମିନିଟ୍ ଲଗାଇ ରଖିବା ପରେ ଯେତେବେଳେ ତାହା ଶୁୁଖି ଯିବ , ସେତେବେଳେ ପାଦକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।

ହଳଦୀ ନିମ୍ବ ଯଦି ଯୋତା ଦ୍ୱାରା ପାଦରେ ଚର୍ମ ଛାଡୁଛି ଆଉ ଏହାର ଦାଗ ରହିଯାଉଛି ତ ଆପଣ ଚିନ୍ତା ନକରି ହଳଦୀ ଓ ନିମ୍ବର ପେଷ୍ଟ ଲଗାଇପାରିବେ । ଏହି ପେଷ୍ଟକୁ ୨୦ ମିନିଟ୍ ଯାଏ ଲଗାନ୍ତୁ । ଏହା ଚର୍ମକୁ ପୁରା ଶୁଖାଇ ଦେବ । ଆଉ ଆପଣଙ୍କୁ ଆରାମ ଦେବ ।

Breaking News