ରିପୋର୍ଟ କାର୍ଡ / ଭୁବନେଶ୍ବର
ଅକ୍ଟୋବରରେ ଆସିବ କି ବାତ୍ୟା | ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ଆକଳନ ପରେ ଏଭଳି କିଛି ଆଶଙ୍କା ବଢ଼ିଛି। ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ଆଶଙ୍କା ରହିଛି। ସେପ୍ଟେମ୍ବର ୨୮ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ଓ ପରେ ବାତ୍ୟାର ରୂପ ନେଇପାରୋ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି । ଏହି ସମୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଲଘୁଚାପ ବାତ୍ୟାରେ ପରିଣତ ହେବାକୁ ପାଗ ଅନୁକୂଳ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୧୫ ଦିନ ପୂର୍ବରୁ ହୋଇଥିବା ଆକଳନରେ ଏଭଳି କିଛି ପୂର୍ବାନୁମାନ କରାଯାଇଛି। ତା’ସହ ଅନ୍ୟ କିଛି ପାଣିପାଗ ମଡେଲ୍ ବି ଏନେଇ ସୂଚନା ଦେଇଛି। ତେବେ ଏହାର ପ୍ରଭାବ ଓ ଗତିପଥ କ’ଣ ରହିବ ତାହା ଏଯାଏ ଜଣାପଡ଼ିନି।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..