ରିପୋର୍ଟ କାର୍ଡ / କୋଲକାତା
ମମତା ବାନାର୍ଜୀ ପଶ୍ଚିମବଂଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଥିବା ବେଳେ ଆଜି ୪୩ଜଣ ବିଧାୟକ ଶପଥ ଗ୍ରହଣ କରିବେ। ପ୍ରାୟ ସମସଂଖ୍ୟକ ନୂଆ ଓ ପୁରୁଣା ସଦସ୍ୟଙ୍କୁ ନେଇ ଆଜି ମମତାଙ୍କ ୩ୟ ପାଳି କ୍ୟାବିନେଟ୍ରେ ଶପଥ ଗ୍ରହଣ କରିବେ ବିଧାୟକ। ଏମାନଙ୍କ ମଧ୍ୟରୁ ୧୭ଜଣ ବରିଷ୍ଠ ମନ୍ତ୍ରୀ ବିଗତ ଦୁଇଟି କ୍ୟାବିନେଟ୍ରେ ସଦସ୍ୟ ଥିବା ବେଳେ ୧୬ଜଣ ବିଧାୟକ ପ୍ରଥମ ଥର ପାଇଁ ସଦସ୍ୟ ହେବେ। ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ନ ଥିବା ଅମିତ ମିତ୍ର ମଧ୍ୟ ରାଜ୍ୟ କ୍ୟାବିନେଟ୍କୁ ଫେରୁଛନ୍ତି। ଆଗାମୀ ୬ ମାସ ମଧ୍ୟରେ ତାଙ୍କୁ କୌଣସି ଆସନରୁ ବିଧାୟକ ଭାବେ ଜିଣିବାକୁ ପଡ଼ିବ। ପୁରୁଣା ସଦସ୍ୟ ମାନସ ଭୁନିଆଙ୍କ ସମେତ ପଶ୍ଚିମ ମିଦନାପୁର, ହାଓଡ଼ା ଏବଂ ଦକ୍ଷିଣ ଦିନାଜପୁରରେ ତୃଣମୂଳ କଂଗ୍ରେସ ପାଇଁ ସଂଗ୍ରାମ କରିଥିବା ପୁଲକ ରାୟ, ରଥିନ ଘୋଷ ଏବଂ ବିପ୍ଳବ ମିତ୍ର ପ୍ରଥମ କରି ଏଥର କ୍ୟାବିନେଟ୍ରେ ଯୋଗ ଦେବେ। କ୍ରିକେଟ୍ ଖେଳାଳି ମନୋଜ ତିୱାରି ଏବଂ ପୂର୍ବତନ ଆଇପିଏସ୍ ଅଧିକାରୀ ହୁମାୟୁନ କବିର ମଧ୍ୟ ନୂଆ କ୍ୟାବିନେଟ୍ରେ ସ୍ଥାନ ପାଇବେ। ଏଥର କ୍ୟବିନେଟ୍ ସଦସ୍ୟ ଭାବେ ୮ଜଣ ମହିଳା ମଧ୍ୟ ଶପଥ ନେବେ। ସେମାନଙ୍କ ମଧ୍ୟରୁ କେବଳ ଶଶୀ ପଞ୍ଜାଙ୍କୁ ମନ୍ତ୍ରୀ ପାହ୍ୟା ମିଳିବ। ଏହା ବ୍ୟତିରେକେ, ଉକ୍ତ ୮ଜଣଙ୍କ ମଧ୍ୟରୁ ସନ୍ଧ୍ୟାରାଣୀ ଟୁଡୁ, ଜ୍ୟୋତ୍ସ୍ନା ମାଣ୍ଡି ଏବଂ ବିର୍ବାହା ହାଁସଦା ହେଉଛନ୍ତି ଜନଜାତି ସମ୍ପ୍ରଦାୟର। ସେହିପରି, ମମତାଙ୍କ ପ୍ରଥମ କ୍ୟାବିନେଟ୍ରେ ପରିବହନ ମନ୍ତ୍ରୀ ଥିବା ମଦନ ମିତ୍ର, ଦ୍ବିତୀୟ କ୍ୟାବିନେଟ୍ରେ ମନ୍ତ୍ରୀ ଥିବା ତାପସ ରାୟ, ତପନ ଦାସଗୁପ୍ତ, ଅସୀମା ପାତ୍ର, ମନ୍ତୁରାମ ପାଖିରା ଏଥର କୌଣସି ମନ୍ତ୍ରୀପଦ ପାଉନାହାନ୍ତି।
More Stories
କଂଗ୍ରେସରେ ମିଶିଲେ ପୂର୍ବ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ଭଣଜା…..
ବୋରୱେଲରୁ ଉଦ୍ଧାର ହେଲା ୨ ବର୍ଷର ଶିଶୁ…..
ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ, ଟ୍ରାକ୍ରୁ ଖସିଲା୨୫ ବଗି….