Report Card Odisha

| Daily Odia News

ଜଣେ କେହି ବିଧାୟକ ନିର୍ବାଚନ ହାରିଲେ ରାଜନୀତି ଛାଡ଼ିଦେବି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମୋ ସହିତ ଯୋଗ ଦେଇଥିବା ବିଧାୟକମାନଙ୍କ ମଧ୍ୟରୁ ଜଣେ କେହି ଆଗାମୀ ବିଧାନସଭା ନିର୍ବାଚନରେ ହାରିଲେ ରାଜନୀତି ଛାଡ଼ିଦେବି | ‘ମହା ବିକାଶ ଅଘାଡ଼ି’କୁ ଆହ୍ବାନ ଦେଇ ଶୁକ୍ରବାର ଦିନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି। ଅନ୍ୟତମ ସମର୍ଥକ ବିଧାୟକ ଅବ୍‌ଦୁଲ୍‌ ସତ୍ତାର୍‌ ଆୟୋଜନ କରିଥିବା ରାଲିରେ ଉଦ୍‌ବୋଧନ ଦେବା ସମୟରେ ସିନ୍ଦେ କହିଛନ୍ତି, ମୋର ଦୃଢ଼ବିଶ୍ବାସ ଏ ୫୦ଜଣ ବିଧାୟକ ନିର୍ବାଚନ ଜିଣିଯିବେ। ଯଦି ସେମାନଙ୍କ ମଧ୍ୟରୁ କେହି ହାରନ୍ତି, ମୁଁ ରାଜନୀତି ଛାଡ଼ିଦେବି। ସେ ଗୁରତ୍ବାରୋପ କରି କହିଲେ ଯେ, ଆଗାମୀ ରାଜ୍ୟ ନିର୍ବାଚନରେ ତାଙ୍କ ‘ଶିବସେନା’ ଏବଂ ସହଯୋଗୀ ‘ବିଜେପି’ ମିଳିତଭାବେ ୨୦୦ ସହ ଆସନ ହାସଲ କରିବେ। ଯଦି ତାହା ନ ହୁଏ, ସେ ରାଜନୀତି ଛାଡ଼ିଦେବେ। ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ‘ମହା ବିକାଶ ଅଘାଡ଼ି’ର ପତନ ଘଟାଇ ଥିବା ଆକସ୍ମିକ ବିଦ୍ରୋହ କଥା ଉଠାଇ ସିନ୍ଦେ ସ୍ବୀକାର କରିଛନ୍ତି ଯେ, ସମ୍ଭାବ୍ୟ ପରିଣିତି କ’ଣ ହେବ ଭାବି ସେ ଚିନ୍ତିତ ଥିଲେ। ସେ କହିଛନ୍ତି, ବିଦ୍ରୋହ ଆରମ୍ଭ ହେବା ସମୟରେ ଆମ ପାଖରେ ୩୦ଜଣ ବିଧାୟକ ଥିଲେ। ତା’ପରେ ୫୦ଜଣ ହେଲେ। ସେମାନେ ସମସ୍ତେ ମତେ ଉତ୍ସାହ ଦେବା ସହ ସମର୍ଥନ କଲେ। କିନ୍ତୁ, ମନେ ମନେ ମୁଁ ଖୁବ୍‌ ଚିନ୍ତିତ ଥିଲି। ମନରେ ଭାବନା ଆସୁଥିଲା, ଯଦି ବିଫଳ ହୁଏ ମ‌ୋ ପାଇଁ ରାଜନୈତିକ କ୍ୟାରିୟର୍‌କୁ ବାଜି ଲଗାଇଥିବା ଉକ୍ତ ବିଧାୟକମାନଙ୍କର ଦଶା କ’ଣ ହେବ। ଚିନ୍ତାରେ ତାଙ୍କୁ ନିଦ ମାଡୁ ନ ଥିବା ବେଳେ ‘ଶିବସେନା’ର ୪୦ ଏବଂ ଅନ୍ୟାନ୍ୟ ୧୦ଜଣ ବିଧାୟକ ବେପରୁଆ ହୋଇ ମତେ ଅଗ୍ରସର ହେବାକୁ ଉତ୍ସାହିତ କରୁଥିଲେ ବୋଲି ସେ କହିଛନ୍ତି।

Breaking News