ରିପୋର୍ଟ କାର୍ଡ / ଭୁବନେଶ୍ୱର
ମହିଳାମାନେ ବି ରାତିରେ କରିବେ ଅଫିସରେ କାମ । ବିଭିନ୍ନ ଘରୋଇ ସଂସ୍ଥାରେ ରାତିରେ ଏଣିକି ମହିଳାମାନେ କାମ କରିବାକୁ କୁହାଯାଇଛି । ରାତିରେ କାମ କରିବା ପାଇଁ ମହିଳା କର୍ମଚାରୀଙ୍କ ସହମତି ଆବଶ୍ୟକ ରହିଛି । ନାଇଟ୍ ସିଫ୍ଟରେ କାମ କରିବା ପାଇଁ ମହିଳାମାନେ ସହମତି ପତ୍ର ଦେବାକୁ କୁହାଯାଇଛି । ଏନେଇ ଶ୍ରମ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜିପିଏସ୍ ଟ୍ରାକିଂ ବ୍ୟବସ୍ଥା ସହ ପରିବହନ ସୁବିଧା ଥିବା ଆବ୍ୟଶକ । ରାତିରେ ମହିଳାଙ୍କୁ ଘରୁ ଆଣିବା ଓ ଛାଡିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ।ମହିଳାଙ୍କ ନାଇଟ୍ ସିଫ୍ଟ ନେଇ ବିଜ୍ଞପ୍ତି ପ୍ରକାଶ ପରେ ଶ୍ରମ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମହିଳାମାନେ ନାଇଟ୍ ସିଫ୍ଟ କରିପାରିବେ । ଏଥିପାଇଁ ଏକ ଫର୍ମ ପୂରଣ କରିକିଦେବେ । ଏନେଇ ଇଣ୍ଟରନାଲ କମ୍ପେ୍ଲନ କମିଟିକୁ ଚିଠି କରାଯାଇଛି । ଏହାଦ୍ୱାରା ମହିଳାମାନେ ସାହସ ପାଇବେ ସଶକ୍ତ ହେବେ । ମହିଳା-ପୁରୁଷଙ୍କ ଭିତରେ ତାରତମ୍ୟ କମାଇବା ଦିଗରେ କାର୍ଯ୍ୟ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି ।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….