ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହୋଇଛି। ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ନାରୀ ଶକ୍ତି ବନ୍ଦନ ଅଧିନିୟମ। ଦୀର୍ଘ ୧୧ ଘଣ୍ଟାର ବିତର୍କ ପରେ ସର୍ବସମ୍ମତିକ୍ରମେ ଏହି ବିଲ୍ ପାରିତ ହୋଇଥିଲେ ହେଁ ବିରୋଧୀ ଏହାର ପ୍ରାବଧାନ ଉପରେ ଅନେକ ପ୍ରଶ୍ନ କରିଥିଲେ। ଏଥିସହ ବିଲ୍ରେ ଥିବା ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବା ଓ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଯୁକ୍ତି ବାଢ଼ିଥିଲେ। ତଥାପି ସରକାର ବିଲ୍ରେ କୌଣସି ପ୍ରକାରର ସଂଶୋଧନ କରି ନାହାନ୍ତି। ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ସର୍ବସମ୍ମତିକ୍ରମେ ଏହା ପାସ ହୋଇଛି। ବିଲ୍ ସପକ୍ଷରେ ୨୧୪ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ଶୂନ ରହିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….