ରିପୋର୍ଟ କାର୍ଡ / ଭୁବନେଶ୍ବର
ଇନଷ୍ଟାଗ୍ରାମରେ ଯୁବତୀଙ୍କ ନାଁରେ ଫେକ୍ ଆଇଡି ଖୋଲି ବ୍ଲାକମେଲ କରି ବନ୍ଧା ହେଲା ଅଭିଯୁକ୍ତ। ଗିରଫ ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ବାବୁ ଓରଫ ଦିନେଶ ସେଠୀ। ଅଭିଯୁକ୍ତ ବାବୁ କଟକ ବିଡାନାସୀ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଇନଷ୍ଟାଗ୍ରାମରେ ପ୍ରଥମେ ବନ୍ଧୁତା କରିଥିଲା। ପରେ ତାଙ୍କର ଫଟୋ ଗୁଡ଼ିକୁ ଡାଉନଲୋଡ କରି ଏକ ଫେକ ଆଇଡି ଯୁବତୀଙ୍କ ନାଁରେ ଖୋଲିଥିଲା। ଏହାପରେ ଅଶ୍ଲୀଳ ଫଟୋ ସହ ଯୁବତୀଙ୍କ ମୁହଁ ଯୋଡି ଅପଲୋଡ଼ କରିଥିଲା। ଯୁବତୀ ଜଣଙ୍କ ଏହା ଦେଖି ଅଭିଯୁକ୍ତ ବାବୁକୁ ଫଟୋ ଡିଲିଟ୍ କରିବାକୁ କହିଥିଲେ। ଟଙ୍କା ଦେଲେ ଫଟୋ ଡିଲିଟ କରିବ ବୋଲି ବାବୁ ଯୁବତୀଙ୍କୁ କହିଥିଲା। ଏନେଇ ଯୁବତୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ଯୁବତୀ ଭାଇ ଅଭିଯୁକ୍ତ ବାବୁ ନାଁରେ କଟକ ସାଇବର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ବାବୁକୁ ଗିରଫ କରିଥିବା ସୂଚନା ମିଳିଛି |






More Stories
OAS ଅଧିକାରୀଙ୍କୁ ରଥଯାତ୍ରା ଦାୟିତ୍ୱ……
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ପ୍ରବଳ ବର୍ଷୀବ…..
ବଢିଲା ଧାନ ସଂଗ୍ରହ ଅବଧି…..