ରିପୋର୍ଟ କାର୍ଡ / ସମ୍ବଲପୁର
ମହାନଦୀକୁ ଡେଇଁ ଯୁବକ ନିଖୋଜ। ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଚାଉରପୁର ବ୍ରିଜ ଉପରୁ ପାଣିକୁ ଡେଇଁ ଯୁବକ ନିଖୋଜ ହୋଇଛି। ଯୁବକ ଜଣକ ଗୋବିନ୍ଦତୋଲା ଅଞ୍ଚଳର ବୋଲି ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛି। ତେବେ ହୀରାକୁଦର ୧୨ଟି ଗେଟ୍ ଖୋଲାଥିବାବେଳେ ପାଣି ସ୍ରୋତ ଅଧିକ ଥିବାରୁ ଖୋଜାଖୋଜି ସମ୍ଭବପର ହୋଇ ପାରୁନାହିଁ। ତଥାପି ଖୋଜାଖୋଜି ପାଇଁ ଅଗ୍ନିଶମ ବାହିନୀ ଚେଷ୍ଟା କରୁଥିବା ଜଣାପଡିଛି |






More Stories
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..
ମୋଦୀଙ୍କୁ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ…..