ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କ ଗୁଣ୍ଡାରାଜ | ସହିଦନଗର ସ୍ଥିତ ଏକ ଆପାର୍ଟମେଣ୍ଟକୁ ଜଣେ ଯୁବକ ଟେକା ମାଡ କରି ଭଙ୍ଗାରୁଜା କରିଛନ୍ତି । ଏହି ଘଟଣାକୁ ନେଇ ସହିଦନଗର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସହିଦନଗର ଥାନା ବାଙ୍କୁଆଳ ସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ଯୁବକ ଆତଙ୍କରାଜ ଖେଳାଇଛନ୍ତି । ଟେକା ପଥର ମାଡ କରିବା ସହ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଏ ନେଇ ଆପାର୍ଟମେଣ୍ଟବାସୀ ସହିଦନଗର ଥାନାରେ ଏତଲା ଦେଇଛନ୍ତି । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଯୁବକଙ୍କ ଏପରି କାଣ୍ଡ ପଛରେ କଣ କାରଣ ରହିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।






More Stories
“ମୋ କଣ୍ଠ, ମୋ ପରିଚୟ” ପ୍ରତିଯୋଗିତା ଅନୁଷ୍ଠି…..
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..
କୁଆଖାଇ ନଦୀରେ ଯୁବକ ଭାସିଯିବା ଘଟଣା;ଜଣଙ୍କ ମୃତଦେହ ଉଦ୍ଧାର…..