ରିପୋର୍ଟ କାର୍ଡ / ବରଗଡ଼
ନିର୍ବାଚନ ପୂର୍ବରୁ ଚେକିଂ ବେଳେ ବରଗଡ଼ରୁ ମିଳିଛି ସାଢେ ୭ ଲକ୍ଷ ଟଙ୍କା। ଏକ ଟାଟା ସୁମୋ ଗାଡ଼ିରୁ ଏହି ଟଙ୍କା ଜବତ କରିଛି ପୋଲିସ। ଗତକାଲି ବରଗଡ଼ ସୋହେଲା ଲୁହୁରାଚଟି ନାକା ପୋଷ୍ଟରେ ଚେକିଂ ଚାଲିଥିଲା। ପୋଲିସ ଓ FST ଟିମ ମିଳିତ ଭାବେ ଜୋରଦାର ଚେକିଂ କରୁଥିବା ବେଳେ ଏକ ଟାଟା ସୁମୋ ଗାଡ଼ିକୁ ଅଟକାଇଥିଲେ। ପରେ ଚେକିଂ କରିବା ବେଳେ ଗାଡିରୁ ସାଢେ ୭ଲକ୍ଷ ଟଙ୍କା ମିଳିଥିଲା। ତେବେ ଏହି ଟଙ୍କା କେଉଁଠୁ ଆସିଲା ଏବଂ କୁଆଡେ ଯାଉଥିଲା, ସେନେଇ ଚାଳକ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଏନେଇ ପୋଲିସ ସନ୍ଦେହ ବଢ଼ିଥିଲା। ପରେ ପୋଲିସ ଟଙ୍କାକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଏହାସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ବରଗଡ଼ରୁ ୧୬ ଲକ୍ଷ ଟଙ୍କା ଜବତ କରିଥିଲା ପୋଲିସ ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..