Report Card Odisha

| Daily Odia News

ଅଭିନେତା ସନ୍ଦୀପ ନହରଙ୍କ ସୁଇସାଇଡ

ମୁମ୍ବାଇ: ବଲିଉଡ କଳାକାରଙ୍କ ଆତ୍ମହତ୍ୟା । କେଶରୀ ଓ ଏମ୍‌ଏସ୍ ଧୋନୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ସନ୍ଦୀପ ନହର ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ଫେସବୁକରେ ୧୦ ମିନିଟି ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଆତ୍ମହତ୍ୟା କରିବାକୁ ଯାଉଥିବା କହିଛନ୍ତି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଯୋଗୁଁ ବ୍ୟକ୍ତିଗତ ଓ ବୃତିଗତ ଜୀବନରେ ସେ କିଭଳି ଅସୁବିଧାର ସମୁଖୀନ ହେଉଛନ୍ତି ସେ ଭିଡିଓରେ କହିଛନ୍ତି । ଅକ୍ଷୟ କୁମାର ଏବଂ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ସେ ସହକଳାକାର ଭାବେ ଅଭିନୟ ପାଇଁ ସନ୍ଦୀପ ଜଣାଶୁଣା ଥିଲେ। ସେ ବ୍ୟକ୍ତିଗତ କାରଣ ପାଇଁ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି । ତେବେ ତାଙ୍କ ମୃତ୍ୟୁ ପାଇଁ ପରିବାରର କେହି ବି ସଦସ୍ୟ ଦାୟୀ ନୁହଁନ୍ତି ବୋଲି ସେ ଲେଖିଛନ୍ତି । ସନ୍ଦୀପଙ୍କ ମୃତଦେହ ମୁମ୍ବାଇର ଗୋରେଗାଓଁ ବାସଭବନରୁ ଉଦ୍ଧାର କରାଯାଇଛି । ମୁମ୍ବାଇ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

Breaking News