Report Card Odisha

| Daily Odia News

ଭାରସମ୍ୟ ହରାଇ କେନାଲରେ ପଡିଗଲା ବସ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ସିଦ୍ଧିରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏକ ଯାତ୍ରୀବାହୀ ବସ୍ କେନାଳକୁ ଖସି ପଡିଛି। ଏହି ଦୁର୍ଘଟଣାଟି ରିୱା-ସିଦ୍ଧି ସୀମା ନିକଟରେ ଘଟିଛି । କେନାଲରୁ ବର୍ତ୍ତମାନ ଯାଏଁ ୩୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଏବେବି ଆହୁରି ବହୁ ଯାତ୍ରୀ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ ସିଧିରୁ ସତନା ଯାଉଥିବା ଏକ ଯାତ୍ରୀବାହୀ ବସଟି ଯାଉଥିବା ସମୟରେ ସାମ୍ନାରେ ଏକ ବୋଲେରୋ ଗାଡି ଆସିବାରୁ ବସ ଡ୍ରାଇଭର ଭାରସମ୍ୟ ହରାଇ କେନାଲରେ ପଡିଗଲା ବସହରାଇବାରୁ ବସଟି କେନାଲରେ ପଡି ଯାଇଥିଲା ।ତେବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଯାତ୍ରୀବାହୀ ବସରେ ୫୦ ଜଣ ଯାତ୍ରୀ ଥିଲେ । ତେବେ ଏନଡିଆରଏଫ ଟିମ ପକ୍ଷରୁ ଉଦ୍ଧାର କାର‌୍ୟ୍ୟ ଜାରି ରହିଛି । ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।

Breaking News